ପଶ୍ଚିମବଙ୍ଗ ବିଧାନସଭାରେ ସିଏଏକୁ ବିରୋଧ କରି ସଙ୍କଳ୍ପ ପାରିତ କରାଯିବ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Advertisment
ପଶ୍ଚିମବଙ୍ଗ ବିଧାନସଭାରେ ସିଏଏକୁ ବିରୋଧ କରି ସଙ୍କଳ୍ପ ପାରିତ କରାଯିବ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

The Hindu

କୋଲକାତା: ଦେଶର ଉତ୍ତର- ପୂର୍ବ ରାଜ୍ୟ ସମୂହ ସମେତ ସମସ୍ତ ଅଣ ବିଜେପି ଶାସିତ ରାଜ୍ୟର ରାଜ୍ୟ ସରକାରମାନେ ସେମାନଙ୍କ ନିଜ ନିଜ ରାଜ୍ୟର ବିଧାନସଭା ମାନଙ୍କରେ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ବିରୋଧ କରି ସଙ୍କଳ୍ପ ପାରିତ କରିବାକୁ ଆଜି ଆହ୍ଵାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଆଜି କୋଲକାତା ଠାରେ କହିଛନ୍ତି, ‘ମୁଁ ଦେଶର ଉତ୍ତର- ପୂର୍ବ ରାଜ୍ୟ ସମୂହ ସମେତ ସମସ୍ତ ଅଣ ବିଜେପି ଶାସିତ ରାଜ୍ୟର ରାଜ୍ୟ ସରକାରମାନଙ୍କୁ ନିବେଦନ କରି କହିବାକୁ ଚାହୁଁଛି ଯେ ସେମାନେ ନିଜ ନିଜ ରାଜ୍ୟରେ ଏନ୍‌ପିଆରକୁ କାର୍ଯ୍ୟକାରୀ କରିବା ପୂର୍ବରୁ ବା ଏ ବାବଦରେ କୌଣସି ପ୍ରକାର ନିଷ୍ପତ୍ତି ନେବା ପୂର୍ବରୁ ଏହାକୁ ଭଲ ଭାବେ ଅଧ୍ୟୟନ କରନ୍ତୁ। ଏବଂ ଏଥିସହ ସେମାନଙ୍କ ନିଜ ନିଜ ରାଜ୍ୟର ବିଧାନସଭା ମାନଙ୍କରେ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ବିରୋଧ କରି ସଙ୍କଳ୍ପ ପାରିତ କରନ୍ତୁ’ ବୋଲି ପରାମର୍ଶ ଦେଇଛନ୍ତି ସୁଶ୍ରୀ ବାନାର୍ଜୀ।

publive-image News Nation

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ କେନ୍ଦ୍ରର ଅହଂକାରୀ ବିଜେପି ସରକାର ନିଜର ସଂଖ୍ୟା ବଳରେ ସିଏଏ, ଏନ୍‌ପିଆର୍‌ ଓ ଏନ୍‌ଆରସିକୁ ଧରି ଦେଶବାସୀଙ୍କ ସହ ଭୟଙ୍କର ଓ ଜଘନ୍ୟ ଖେଳ ଖେଳିବା ପାଇଁ ପ୍ରସ୍ତୁତି ଚଳାଇଛି। ତେଣୁ, ସମସ୍ତେ ଏହାକୁ ହୃଦୟଙ୍ଗମ କରି ଏହାର ବିରୋଧ କରିବାର ଆବଶ୍ୟକତା ରହିଛି। ସେଥିପାଇଁ ପଶ୍ଚିମବଙ୍ଗର ଆଗାମୀ ବିଧାନସଭା ଅଧିବେଶନ କାଳରେ ସେ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ବିରୋଧ କରି ସଙ୍କଳ୍ପ ପାରିତ କରାଇବେ ବୋଲି ଆଜି ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe