ୟୁକ୍ରେନକୁ ଯିଏ ଛାରଖାର କରିଛି, ସେ ହିଁ ଗଢ଼ିବାକୁ ଅର୍ଥ ଦେବ: ୟୁକ୍ରେନ ରାଷ୍ଟ୍ରପତି

Advertisment
ୟୁକ୍ରେନକୁ ଯିଏ ଛାରଖାର କରିଛି, ସେ ହିଁ ଗଢ଼ିବାକୁ ଅର୍ଥ ଦେବ: ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ୮ଦିନ ବିତିଯାଇଥିବା ବେଳେ ଦିନକୁ ଦିନ ଏହା ତୀବ୍ର ହେବାରେ ଲାଗିଛି। ୟୁକ୍ରେନର ଅନେକ ସହର ଧ୍ବଂସ ହୋଇଯାଇଥିଲେ ବି ମୁଣ୍ଡ ନୁଆଁଇବାକୁ ରାଜି ନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କି। ଏତେ ସଂଖ୍ୟକ ସୈନ୍ୟ ଓ ନାଗରିକଙ୍କୁ ହରାଇବା ପରେ ବି ଭୋଲୋଦିମିର୍‌ ଜେଲେନସ୍କି ଋଷ ସେନାକୁ ଚେତାବନୀ ଦେଇଚାଲିଛନ୍ତି।

ଯୁଦ୍ଧ ପରେ ୟୁକ୍ରେନକୁ ପୁନଃ ନିର୍ମାଣ କରିବାକୁ ଶପଥ ନେଇ ସେ କହିଛନ୍ତି ଯେ ୟୁକ୍ରେନ ବିରୋଧରେ କରିଥିବା ସମସ୍ତ କାର୍ଯ୍ୟ ପାଇଁ ଋଷକୁ ମୂଲ୍ୟ ଦେବାକୁ ପଡ଼ିବ। ଯେଉଁଭଳି ଭାବେ ସେ ୟୁକ୍ରେନକୁ ଭାଙ୍ଗି ଚାଲିଛି, ସେଭଳି ଭାବେ ଏହାକୁ ଗଢ଼ିବାରେ ସାହାଯ୍ୟ କରିବ ଋଷ। ଆମେ ଦୁଇଟି ବିଶ୍ୱଯୁଦ୍ଧ, ତିନୋଟି ଦୁର୍ଭିକ୍ଷ ଭଳି ଅନେକ ବଡ଼ ବଡ଼ ସମସ୍ୟାର ସାମ୍ନା କରିଛୁ। ରୁଷ ୟୁକ୍ରେନକୁ ଅନେକ ଥର ବିନାଶ କରିବାକୁ ଚାହିଁଛି, କିନ୍ତୁ ତାହା କରିପାରିନାହିଁ। ଆମେ ବହୁତ ସହିଛୁ। ଯଦି କିଏ ଭାବୁଛି ଯେ ଏହି ସବୁକୁ ଦେଖି ୟୁକ୍ରେନୀୟମାନେ ଭୟଭୀତ ହୋଇ ଆତ୍ମସମର୍ପଣ କରିବେ, ତା’ହେଲେ ସେମାନେ ଆମ ବିଷୟରେ କିଛି ଜାଣନ୍ତି ନାହିଁ। ଆମେ ଶେଷ ପର୍ଯ୍ୟନ୍ତ ଲଢ଼ିବୁ।

ଏହା ପୂର୍ବରୁ ଭୋଲୋଦିମିର୍‌ ଜେଲେନସ୍କି ରୁଷକୁ ଚେତାବନୀ ଦେଇ କହିଥିଲେ ଯେ, ଗତ ସପ୍ତାହରେ ପ୍ରାୟ ୯,୦୦୦ ରୁଷୀୟ ଯବାନଙ୍କର ମୃତ୍ୟୁ ଘଟିଛି। ଏଭଳି ସ୍ଥିତିରେ ଏହି ସଂଖ୍ୟା ଆହୁରି ବଢ଼ୁ ମୁଁ ଚାହୁଁନାହିଁ। ୟୁକ୍ରେନ ମାଟି ଋଷର ଯବାନଙ୍କ ମୃତଦେହରେ ଭର୍ତ୍ତି ହେଉ ବୋଲି ମୁଁ ଚାହୁଁନାହିଁ। ତୁରନ୍ତ ଘରକୁ ଯାଅ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe