ଜମି ହଡ଼ପ ଅଭିଯୋଗ ପ୍ରମାଣିତ ହେଲେ ଇସ୍ତଫା ଦେବି: ଖଡ଼ଗେ

Advertisment

ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଗୁରୁବାର ଇସ୍ତଫା ଦେବାପାଇଁ ଦୃଢ଼ ପ୍ରତିଜ୍ଞା କରିଛନ୍ତି। ଖଡ଼ଗେ କହିଛନ୍ତି, ବିଜେପି ସାଂସଦ ଅନୁରାଗ ଠାକୁର ତାଙ୍କ ବିରୋଧରେ କରିଥିବା ଜମି....

ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଗୁରୁବାର ଇସ୍ତଫା ଦେବାପାଇଁ ଦୃଢ଼ ପ୍ରତିଜ୍ଞା କରିଛନ୍ତି। ଖଡ଼ଗେ କହିଛନ୍ତି, ବିଜେପି ସାଂସଦ ଅନୁରାଗ ଠାକୁର ତାଙ୍କ ବିରୋଧରେ କରିଥିବା ଜମି....

ଖଡ଼ଗେଙ୍କ ‌‘ମୌଉନୀ ବାବା’ ଓ ‘ଆଦାନି’ ମନ୍ତବ୍ୟ ପାଇଁ ସଂସଦରେ ହଟ୍ଟଗୋଳ

ନୂଆଦିଲ୍ଲୀ: ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଗୁରୁବାର ଇସ୍ତଫା ଦେବାପାଇଁ ଦୃଢ଼ ପ୍ରତିଜ୍ଞା କରିଛନ୍ତି। ଖଡ଼ଗେ କହିଛନ୍ତି, ବିଜେପି ସାଂସଦ ଅନୁରାଗ ଠାକୁର ତାଙ୍କ ବିରୋଧରେ କରିଥିବା ଜମି ହଡ଼ପ ଅଭିଯୋଗ ଯଦି ସତ ପ୍ରମାଣିତ ହୁଏ ତେବେ ସେ ଇସ୍ତଫା ଦେବେ।  ଆଜି ରାଜ୍ୟସଭା ଅଧିବେଶନ ଆରମ୍ଭ ହେବାପରେ ଖଡ଼ଗେ ଠାକୁରଙ୍କ ଅଭିଯୋଗ ବିରୋଧରେ ବର୍ଷି‌ଥିଲେ। ଠାକୁର ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ସତ୍ୟା ବୋଲି ପ୍ରମାଣିତ କରନ୍ତୁ ନଚେତ୍‌ ସେ ଇସ୍ତଫା ଦିଅନ୍ତୁ ବୋଲି ଖଡ଼ଗେ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ,  ବୁଧବାର ଠାକୁର ଲୋକସଭାରେ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ। ୱକଫ୍‌ (ସଂଶୋଧନ) ବିଲ୍‌କୁ ବିରୋଧ କରିବାରୁ ସେ କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରିଥିଲେ।  ସେ ମଧ୍ୟ ଖଡ଼ଗେଙ୍କ ବିରୋଧରେ ଏକ ଅଭିଯୋଗ କରି କହିଥିଲେ ଯେ ଖଡ଼ଗେ  ଦୁର୍ନୀତିପୂର୍ଣ୍ଣ ଉପାୟରେ ଜମି ଅକ୍ତିଆର କରିଛନ୍ତି। ଏହି ଟିପ୍ପଣୀ ନେଇ ଆଜି ଖଡ଼ଗେ କହିଛନ୍ତି, ମୋ ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯାଇଛି। ମୁଁ ଭାଙ୍ଗିଯିବି ପଛେ ନଇଁବି ନାହିଁ ବୋଲି ଖଡ଼ଗେ କହିଛନ୍ତି। ଏକ୍ସରେ ଏକ ପୋଷ୍ଟ୍‌ କରି ଖଡ଼ଗେ କହିଛନ୍ତି, ‘ମୁଁ ବହୁତ କଷ୍ଟ ଭିତରେ ବଢ଼ିଛି। ମୋ ଜୀବନ ଏକ ଖୋଲା ବହି।   ସାଧାରଣ ଜୀବନରେ ମୁଁ ଉଚ୍ଚ ମୂଲ୍ୟବୋଧକୁ ସର୍ବଦା କାଏମ ରଖିଛି।  ରାଜନୀତିରେ ଦୀର୍ଘ ୬୦ ବର୍ଷ ପରେ ମୋ ପାଇଁ ଏମିତି କଥା ଠିକ୍‌ ନୁହେଁ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe