ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ‘ବିଜେପି’ ନିରବ ଥିବା ବେଳେ ବୋମ୍ମାଇ କହିଲେ ସେ ପୁଣି ମୁଖ୍ୟମନ୍ତ୍ରୀ ହେବେ

Advertisment
ଶିଗାଓଁରୁ ଲଢ଼ିବେ ବୋମାଇ

Image Courtesy of India Today

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପରେ ସେ ପୁଣି ମୁଖ୍ୟମନ୍ତ୍ରୀ ଭା‌ବେ କ୍ଷମତାସୀନ ହେବେ ବୋଲି ମଙ୍ଗଳବାର ରାତିରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ କହିଛନ୍ତି।

ସୂଚନାଯୋଗ୍ୟ, ମେ ମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ କରାଯିବ। କିନ୍ତୁ, କର୍ଣ୍ଣାଟକର ପରବର୍ତ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ସେକଥା ଘୋଷଣା ‘ବିଜେପି’ ଏପର୍ଯ୍ୟନ୍ତ କରିନାହିଁ।

ମଙ୍ଗଳବାର ରାତିରେ ଉତ୍ତର କର୍ଣ୍ଣାଟକର ବାଗାଲକୋଟ ଜିଲ୍ଲା ଅନ୍ତର୍ଗତ ହୁନ୍‌ଗୁଣ୍ଡ୍‌ରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ବୋମ୍ମାଇ କହିଛନ୍ତି, ସମାଜର ସବୁ ବର୍ଗଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବା ନିମନ୍ତେ ସେ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି। ଫଳରେ ଗତ ଚାରି ବର୍ଷରେ ମୁଣ୍ଡପିଛା ବାର୍ଷିକ ଆୟ ବୃଦ୍ଧି ପାଇ ୧ ଲକ୍ଷ ଟଙ୍କା ‌ହୋଇପାରିଛି।

ମୁଁ ପୁଣି ମୁଖ୍ୟମନ୍ତ୍ରୀ ହେବି। ମାତା କର୍ଣ୍ଣାଟକର ସେବା କରିବା ପାଇଁ ବିଧାତା ମୋତେ ସୁଯୋଗ ଦେଇଛନ୍ତି। ମୁଁ ‘କର୍ମହିଁ ଉପାସନା’ ଓ ସାମାଜିକ ସମାନତା ପଥରେ ଚାଲିଛି। ମୁଁ ସମାଜର ସବୁ ବର୍ଗଙ୍କୁ ସାମାଜିକ ନ୍ୟାୟ ଦେବା ପାଇଁ ଉଦ୍ୟମ କରିଛି। ବିଭିନ୍ନ ସମ୍ପ୍ରଦାୟର ସାମଗ୍ରିକ ଉନ୍ନତି ପାଇଁ ଜନସାଧାରଣ ସହଯୋଗ କରିବାକୁ କହିଛନ୍ତି। ଆମେ ବାସବେଶ୍ବରଙ୍କ ପ୍ରଦର୍ଶୀତ ପଥରେ ଅଗ୍ରସର ହେଉଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe