Living freely in Delhi Hasina: ପରିସ୍ଥିତି ସୁଧୁରିଲେ ହିଁ ଫେରିବି: ହସିନା

Advertisment

ବାଂଲାଦେଶର  ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଗତ ବର୍ଷ ବିଦ୍ରୋହର ସମ୍ମୁଖୀନ ହେବାପରେ ଅଗଷ୍ଟରେ ତାଙ୍କ ପଦରୁ ଇସ୍ତଫା ଦେଇ ଭାରତର ଆଶ୍ରୟରେ ଅଛନ୍ତି। ନିକଟରେ ହସିନା ଦିଲ୍ଲୀର ଲୋଧି ଗାର୍ଡେନରେ ଦୁଇ ଜଣ ସୁରକ୍ଷାକର୍ମୀଙ୍କ ସହ ବୁଲୁଥିବା ନଜର ଆସିଥିଲେ।

ବାଂଲାଦେଶର  ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଗତ ବର୍ଷ ବିଦ୍ରୋହର ସମ୍ମୁଖୀନ ହେବାପରେ ଅଗଷ୍ଟରେ ତାଙ୍କ ପଦରୁ ଇସ୍ତଫା ଦେଇ ଭାରତର ଆଶ୍ରୟରେ ଅଛନ୍ତି। ନିକଟରେ ହସିନା ଦିଲ୍ଲୀର ଲୋଧି ଗାର୍ଡେନରେ ଦୁଇ ଜଣ ସୁରକ୍ଷାକର୍ମୀଙ୍କ ସହ ବୁଲୁଥିବା ନଜର ଆସିଥିଲେ।

sheikh-hasina-gets-relief-from-india-visa-extended

sheikh-hasina-gets-relief-from-india-visa-extended

ନୂଆଦିଲ୍ଲୀ: ବାଂଲାଦେଶର  ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଗତ ବର୍ଷ ବିଦ୍ରୋହର ସମ୍ମୁଖୀନ ହେବାପରେ ଅଗଷ୍ଟରେ ତାଙ୍କ ପଦରୁ ଇସ୍ତଫା ଦେଇ ଭାରତର ଆଶ୍ରୟରେ ଅଛନ୍ତି। ନିକଟରେ ହସିନା ଦିଲ୍ଲୀର ଲୋଧି ଗାର୍ଡେନରେ ଦୁଇ ଜଣ ସୁରକ୍ଷାକର୍ମୀଙ୍କ ସହ ବୁଲୁଥିବା ନଜର ଆସିଥିଲେ। ଶେଖ ହସିନା ନିକଟରେ ବାଂଲାଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନ, ଆୱାମୀ ଲିଗ୍ ପାର୍ଟି, ତାଙ୍କ ବିରୋଧରେ ଆପରାଧିକ ମାମଲା ଏବଂ ତାଙ୍କ ଭବିଷ୍ୟତ ଯୋଜନା ବିଷୟରେ ଖୋଲା ମତ ରଖିଛନ୍ତି। ୭୮ ବର୍ଷୀୟା ହସିନା କ୍ଷମତାରୁ ବହିଷ୍କୃତ ହେବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସହ କଥା ହୋଇଛନ୍ତି। ସେ କହିଛନ୍ତି ଯେ ଗତ ବର୍ଷ ଅଗଷ୍ଟରେ ଢାକାରେ ହିଂସା ଆରମ୍ଭ ହେବା ପରେ ସେ ହେଲିକପ୍ଟର ଯୋଗେ ଭାରତରେ ପହଞ୍ଚିଥିଲେ ଏବଂ  ସେବେଠାରୁ ସେ ନୂଆଦିଲ୍ଲୀରେ ସୁରକ୍ଷିତ ଓ ମୁକ୍ତ ଭାବେ ରହୁଛନ୍ତି।

‘ଦିଲ୍ଲୀରେ ମୁକ୍ତ ଭାବେ ରହୁଛି’

ସେ କହିଛନ୍ତି ଯେ ସେ ଦିଲ୍ଲୀରେ ସ୍ବାଧୀନ ଜୀବନଯାପନ କରୁଛନ୍ତି, କିନ୍ତୁ ପରିବାରର ସୁରକ୍ଷାକୁ ଦୃଷ୍ଟିରେ ରଖି ମଧ୍ୟ ସତର୍କ ଅଛନ୍ତି। ହସିନା କହିଥିଲେ ଯେ ୧୯୭୫ ସାମରିକ ବିଦ୍ରୋହରେ ତାଙ୍କ ପିତା ଏବଂ ତିନି ଭାଇ ନିହତ ହୋଇଥିଲେ। ସେ ଏବଂ ତାଙ୍କ ଭଉଣୀ ସେହି ସମୟରେ ବିଦେଶରେ ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ କହିଛ, ଆୱାମୀ ଲିଗ୍ ଦଳ କ୍ଷମତାରେ କିମ୍ବା ବିରୋଧୀ ଦଳରେ ରହିବା ପରେ ହିଁ ସେ  ବାଂଲାଦେଶ ରାଜନୀତିକୁ ପ୍ରତ୍ୟାବର୍ତ୍ତନ କରିବେ। ‘ଆମ ଦଳକୁ ଏବେ ନିଷିଦ୍ଧ କରାଯାଇଛି, ନିର୍ବାଚନରେ ଭାଗ ନେବା ସୁଯୋଗ ଦିଆନଗଲେ ଆମେ ନିର୍ବାଚନ ବହିଷ୍କାର କରି’ବୁ ବୋଲି ସେ କହିଛନ୍ତି। ଦେଶରେ ସମ୍ବିଧାନ ଅନୁଯାୟୀ ଶାସନ ଏବଂ ରାଜନୈତିକ ସ୍ଥିରତା ରହିଲେ ହିଁ ତାଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭବ ହେବ। କୌଣସି ଜଣେ ବ୍ୟକ୍ତି କିମ୍ବା ପରିବାର ଦେଶର ଭବିଷ୍ୟତ ସ୍ଥିର କରିପାରିବେ ନାହିଁ ବୋଲି ହସିନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe