Image Courtesy of NDTV
ଗୌହାଟୀ: ଆମକୁ ସମର୍ଥନ କରୁଥିବା ବିଧାୟକଙ୍କ ସଂଖ୍ୟା ୫୦ ଟପିଯିବ। ତିନି ଚାରି ଦିନ ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରି ଆମେ ସିଧା ମହାରାଷ୍ଟ୍ରରେ ପହଞ୍ଚିବୁ ବୋଲି ଆଜି ଏକନାଥ ସିନ୍ଦେଙ୍କ ବିଦ୍ରୋହୀ ବିଧାୟକ ଗୋଷ୍ଠୀର ବିଧାୟକ ଦୀପକ କେସରକର କହିଛନ୍ତି।
କେସରକର୍ କହିଛନ୍ତି, ଆଉ ଜଣେ ଦୁଇଜଣ ବିଧାୟକ ଆସି ଆମ ସିହତ ଯୋଗ ଦେବେ। ସେମାନଙ୍କର ଓ ସ୍ବାଧୀନ ବିଧାୟକମାନଙ୍କର ସମର୍ଥନ ପାଇଁ ଆମ ସଂଖ୍ୟା ୫୧କୁ ବୃଦ୍ଧି ପାଇବ।
ଶିବସେନାର ସମୁଦାୟ ୫୫ଜଣ ବିଧାୟକଙ୍କ ମଧ୍ୟରୁ ବିଦ୍ରୋହୀ ଗୋଷ୍ଠୀରେ ୪୦ରୁ ଅଧିକ ସେନା ବିଧାୟକ ଯୋଗଦେଇଛନ୍ତି।
Image Courtesy of Realtimeindiaଆଜି ଅପରାହ୍ଣରେ ବିଦ୍ରୋହୀ ଶିବିରରେ ୯ମ ମହାରାଷ୍ଟ୍ର ମନ୍ତ୍ରୀ ଭାବେ ଯୋଗ ଦେବେ ଉଦୟ ସାୱନ୍ତ। ବିଦ୍ରୋହୀମାନେ ଦାବି କରୁଛନ୍ତି କି, ସେମାନଙ୍କର ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଅଛି। ତେଣୁ, ଅଯୋଗ୍ୟ ଆଇନ ଆଗତ ନ କରି ବିଧାନସଭାରେ ସେମାନେ ଦଳକୁ ବିଭାଜନ କରିପାରିବେ।
ସୂଚନାଯୋଗ୍ୟ, ୧୬ଜଣ ବିଧାୟକଙ୍କ ନିକଟକୁ ଠାକ୍ରେ ଗୋଷ୍ଠୀ ଉପବାଚସ୍ପତିଙ୍କଦ୍ବାରା ଅଯୋଗ୍ୟ ନୋଟିସ୍ ଜାରି କରାଇଛି। ବିଶେଷସୂତ୍ରରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଏକନାଥ ସିନ୍ଦେଙ୍କ ଶିବିରରେ ଥିବା ବିଧାୟକମାନଙ୍କ ମଧ୍ୟରୁ ୨୦ଜଣ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସହିତ ଯୋଗାଯୋଗ ରଖିଛନ୍ତି। ବିଜେପି ସହିତ ମେଣ୍ଟ କରି ରାଜ୍ୟ ଶାସନ କରିବା ଲାଗି ସିନ୍ଦେଙ୍କ ଯୋଜନାକୁ ଅନେକ ବିଦ୍ରୋହୀ ବିଧାୟକ ଅପସନ୍ଦ କରୁଛନ୍ତି।
Follow Us