ଥାନା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତମ୍ବୁ ପୋତିବୁ: ଟିକାୟତ

ଥାନା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତମ୍ବୁ ପୋତିବୁ: ଟିକାୟତ

ନୂଆଦିଲ୍ଲୀ : ଆାନ୍ଦୋଳନରତ କୃଷକମାନଙ୍କୁ ଗାଜିପୁର ସୀମାରୁ ହଟାଇବା ପାଇଁ ପୁଲିସ ଉଦ୍ୟମ ଚଳାଇଛି। ସେଠାରେ ଥିବା ବାରିକେଡ୍‌କୁ କାଢ଼ି ଦେଇଛି। ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ କିଷାନ ୟୁନିୟନ (ବିକେୟୁ) ମୁଖ୍ୟ ରାକେଶ ଟିକାୟତ। ସେ କହିଛନ୍ତି ଜେ‌ସିବି ସାହାଯ୍ୟରେ ପୁଲିସ ଆମର ତମ୍ବୁ ଭାଙ୍ଗିବାକୁ ଉଦ୍ୟମ କରିଥିବା ଖବର ଆମକୁ ମିଳିଛି। ଯଦି ପ୍ରଶାସନ ଏହାକରେ ତା’ହେଲେ ଆମେ ଥାନା ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତମ୍ବୁ ପୋତିବୁ। ସୀମାରୁ ପ୍ରଶାସନ କୃଷକଙ୍କୁ ହଟାଇଲେ ଆମେ ଦେଶସାରା ସରକାରୀ କାର୍ଯ୍ୟାଳୟକୁ ମଣ୍ଡିରେ ପରିଣତ କରିଦେବୁ। ଟିକ୍ରି ଏବଂ ଗାଜିପୁର ସୀମାରୁ ଦିଲ୍ଲୀ ପୁଲିସ ବାରିକେଡ ହଟାଇବାର ଦୁଇଦିନ ପରେ ଟିକାୟତ ଏଭଳି ମନ୍ତବ୍ୟ ଦେଇଛନ୍ତି। ଗାଡ଼ି ଚଳାଚଳ ପାଇଁ ଏହି ବ୍ୟାରିକେଡକୁ ହଟାଇ ଦିଆଯାଇଛି। ‌ସେହିଭଳି ଏସକେଏମ କହିଛି ପୁଲିସ ବ୍ୟାରିକେଡ୍ କରି ରାସ୍ତା ଅବରୋଧ କରିଛି ବୋଲି ଆମେ ଯେଉଁ ମତ ରଖିଥିଲୁ ବର୍ତ୍ତମାନ ତାହା ପ୍ରମାଣିତ ହୋଇଯାଇଛି। ସୁପ୍ରିମ କୋର୍ଟଙ୍କୁ ଖୁସି କରିବା ପାଇଁ ପୁଲିସ ଏହି ବ୍ୟାରିକେଡ ହଟାଉଛି ବୋଲି ପୂର୍ବରୁ ଏସକେଏମ କହିଥିଲା।

ଉଲ୍ଲେଖଯୋଗ୍ୟ, ଗତବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ସରକାର ୩ଟି ନୂଆ କୃଷି ଆଇନ ପ୍ରସ୍ତୁତ କରିଛନ୍ତି। ଏହାକୁ କୃଷକମାନେ ବିରୋଧ କରୁଛନ୍ତି। କେତେକ କୃଷକ ସଂଘ ଏହି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ପ୍ରାୟ ବର୍ଷେ ହେଲା ଆନ୍ଦୋଳନ ଚଳାଇଛନ୍ତି। ବିକେୟୁ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ଆନ୍ଦୋଳନର ନେତୃତ୍ବ ନେଉଛନ୍ତି। ଅଧିକାଂଶ କୃଷକ ହରିୟାଣା ଏବଂ ପଂଜାବର ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe