ମୋଦୀଙ୍କ ସହ ସମ୍ପର୍କ ସୁଦୃଢ଼ କରିବି: ଟ୍ରମ୍ପ୍‌

Advertisment

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌  ଗୁରୁବାର ହିନ୍ଦୁ ଆମେରିକୀୟଙ୍କୁ ଦୀପାବଳି ଶୁଭେଚ୍ଛା‌ ଜଣାଇଛନ୍ତି।  ଟ୍ରମ୍ପ୍‌ ହିନ୍ଦୁ ଆମେରିକୀୟଙ୍କ ସ୍ବାର୍ଥକୁ ସୁରକ୍ଷା ଦେବାପାଇଁ ଏବଂ ଉଗ୍ର ବାମପନ୍ଥୀଙ୍କ କଟକଣା କବଳରୁ ସେମାନଙ୍କୁ ସୁରକ୍ଷା ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌  ଗୁରୁବାର ହିନ୍ଦୁ ଆମେରିକୀୟଙ୍କୁ ଦୀପାବଳି ଶୁଭେଚ୍ଛା‌ ଜଣାଇଛନ୍ତି।  ଟ୍ରମ୍ପ୍‌ ହିନ୍ଦୁ ଆମେରିକୀୟଙ୍କ ସ୍ବାର୍ଥକୁ ସୁରକ୍ଷା ଦେବାପାଇଁ ଏବଂ ଉଗ୍ର ବାମପନ୍ଥୀଙ୍କ କଟକଣା କବଳରୁ ସେମାନଙ୍କୁ ସୁରକ୍ଷା ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

fshfshhfshfs

ୱାସିଂଟନ୍‌:  ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌  ଗୁରୁବାର ହିନ୍ଦୁ ଆମେରିକୀୟଙ୍କୁ ଦୀପାବଳି ଶୁଭେଚ୍ଛା‌ ଜଣାଇଛନ୍ତି।  ଟ୍ରମ୍ପ୍‌ ହିନ୍ଦୁ ଆମେରିକୀୟଙ୍କ ସ୍ବାର୍ଥକୁ ସୁରକ୍ଷା ଦେବାପାଇଁ ଏବଂ ଉଗ୍ର ବାମପନ୍ଥୀଙ୍କ କଟକଣା କବଳରୁ ସେମାନଙ୍କୁ ସୁରକ୍ଷା ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ହିନ୍ଦୁ-ଆମେରିକୀୟଙ୍କ ସ୍ବାଧୀନତାକୁ ସୁରକ୍ଷା ଦେବାପାଇଁ ଏବଂ ଭାରତ ସହ ସେମାନଙ୍କ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଟ୍ରମ୍ପ୍‌ ଗୁରୁତ୍ବାରୋପ କରିଛନ୍ତି।  ଏକ୍ସରେ ଏକ ପୋଷ୍ଟ୍‌ କରି ଟ୍ରମ୍ପ୍‌ କହିଛନ୍ତି, ‘ଉଗ୍ର ବାମପନ୍ଥୀଙ୍କ ଧର୍ମ ବିରୋଧୀ କାର୍ଯ୍ୟକ୍ରମ କବଳରୁ ଆମେ ହିନ୍ଦୁ ଆମେରିକୀୟଙ୍କୁ ସୁରକ୍ଷା ଦେବୁ।  ମୋର ପ୍ରଶାସନ ଅଧୀନରେ ଆମେ ଭାରତ ସହ ସମ୍ପର୍କ ସୁଦୃଢ଼ କରିବୁ ଏବଂ ଆମର ବହୁତ ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମ୍ପର୍କ ସୁଦୃଢ଼ କରିବୁ ବୋଲି ସେ କହିଛନ୍ତି।  

ଦୀପାବଳିରେ ହିନ୍ଦୁ ଆମେରିକୀୟଙ୍କୁ ଟ୍ରମ୍ପ୍‌ଙ୍କ ବାର୍ତ୍ତା

ଟ୍ରମ୍ପ୍‌ ମଧ୍ୟ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି।  ବାଂଲାଦେଶରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଇସ୍ତଫା ପରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କ ସମେତ ବହୁ ସଂଖ୍ୟାରେ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ଏବଂ ସେମାନଙ୍କୁ ଯେଉଁଭଳି ଲୁଟ୍‌ପାଟ୍‌ କରାଯାଇଛି ଟ୍ରମ୍ପ୍‌ ତାକୁ ନିନ୍ଦା କରିଛନ୍ତି। ଟ୍ରମ୍ପ୍‌ କହିଛନ୍ତି, ବାଂଲାଦେଶରେ ଜୁଲାଇ ଏବଂ ଅଗଷ୍ଟ ଆନ୍ଦୋଳନ ବେଳେ ଅନେକ ହିନ୍ଦୁଙ୍କୁ ହତ୍ୟା କରାଗଲା।  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଉପରାଷ୍ଟ୍ରପତି କମଳା ହାରିସ ହିନ୍ଦୁଙ୍କ ପୀଡ଼ା କେବେ ବି ବୁଝିନାହାନ୍ତି ବୋଲି ଟ୍ରମ୍ପ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe