hindustantimes.com
ନୂଆଦିଲ୍ଲୀ: ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଭାରତଠାରୁ ହାଇଡ୍ରୋକ୍ସିକ୍ଳୋରୋକ୍ବିନ୍ ଚାହିଥିଲେ | ଭାରତ ହାଇଡ୍ରୋକ୍ସିକ୍ଳୋରୋକ୍ବିନ୍ ଔଷଧ ରପ୍ତାନି ଉପରେ ରୋକ ଲଗାଇବା ପରେ ରବିବାର ସକାଳେ ଆମେରିକାକୁ ହାଇଡ୍ରୋକ୍ସିକ୍ଳୋରୋକ୍ବିନ୍ ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ | ଏବେ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ |
ଡିଜିଏଫଟି ହାଇଡ୍ରୋକ୍ସିକ୍ଲୋରୋକାଇନ୍ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାର ଗୋଟିଏ ଦିନ ପରେ ରାଷ୍ଟ୍ରପତି ଟ୍ରମ୍ପ ରବିବାର ଦିନ ପିଏମ ମୋଦୀଙ୍କୁ ଫୋନ କରି ପ୍ରତିବନ୍ଧକ ହଟାଇବା ପାଇଁ କହିଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯେ କୌଣସି ଆବଶ୍ୟକତା ପୂରଣ କରିବା ପାଇଁ ଭାରତରେ ପର୍ଯ୍ୟାପ୍ତ ପରିମାଣର ଔଷଧ ଅଛି ବୋଲି ସ୍ପଷ୍ଟ କରିବା ପରେ ସରକାର ଏହି ପ୍ରତିବନ୍ଧକକୁ ହଟାଇଛନ୍ତି।କରୋନାଭାଇରସ୍ ମହାମାରୀ ଦ୍ୱାରା 'ବିଶେଷ ଭାବରେ ପ୍ରଭାବିତ' ଦେଶମାନଙ୍କୁ ପାରାସିଟାମୋଲ ଏବଂ ହାଇଡ୍ରୋକ୍ସିକ୍ଳୋରୋକ୍ବିନ୍ ଯୋଗାଇବ ଭାରତ | କୋଭିଡ -୧୯ ମହାମାରୀର ମାନବିକ ଦିଗକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି ଯେ, ଆମର ସାମର୍ଥ୍ୟ ଉପରେ ନିର୍ଭରଶୀଳ ଆମର ସମସ୍ତ ପଡୋଶୀ ଦେଶକୁ ଉପଯୁକ୍ତ ପରିମାଣରେ ଭାରତ ପାରାସିଟାମୋଲ ଏବଂ ହାଇଡ୍ରୋକ୍ସିକ୍ଳୋରୋକ୍ବିନ୍ ଔଷଧ ଯୋଗାଇବ ।
Business Standardମହାମାରୀ ଦ୍ୱାରା ବିଶେଷ ଭାବରେ ଖରାପ ପ୍ରଭାବିତ ହୋଇଥିବା କେତେକ ଦେଶ ପାଇଁ ଆମେ ଏହି ଅତ୍ୟାବଶ୍ୟକ ଔଷଧ ବିଷୟରେ ମଧ୍ୟ ବିଚାର କରିବୁ। ତେଣୁ ଆମେ ଏ ବାବଦରେ କୌଣସି କଳ୍ପନାଜଳ୍ପନାକୁ କିମ୍ବା ରାଜନୀତିକରଣ କରିବାର ପ୍ରୟାସକୁ ନିରୁତ୍ସାହିତ କରିବୁ ବୋଲି ଶ୍ରୀବାସ୍ତବ କହିଛନ୍ତି।
Follow Us