ସବୁବେଳେ ବିଜେପି ସରକାର ରହିବ ନାହିଁ, ଆଜି ନହେଲେ କାଲି ପ୍ରତିଶୋଧ ନେବି : ମମତା

ସବୁବେଳେ ବିଜେପି ସରକାର ରହିବ ନାହିଁ, ଆଜି ନହେଲେ କାଲି ପ୍ରତିଶୋଧ ନେବି : ମମତା

କୋଲକାତା: ଲୋକସଭା ନିର୍ବାଚନ ୨୦୨୪ ପାଇଁ ୪ଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ୩ଟି ପର୍ଯ୍ୟାୟ ମତଦାନ ବାକି ରହିଛି। ପ୍ରଚାର ଏବେ ଚରମ ସୀମାରେ ପହଞ୍ଚିଛି ଓ ରାଜନୈତିକ ଦଳ ଓ ନେତାମାନେ ପରସ୍ପର ଉପରେ  ଆକ୍ରମଣ କରୁଛନ୍ତି। ଏହି କ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଟାର୍ଗେଟ କରି କହିଛନ୍ତି ଯେ ବିଜେପି ସରକାର ସବୁଦିନ ପାଇଁ ରହିବ ନାହିଁ, ଆଜି ନୁହେଁ କାଲି ଏହି ଦଳ କ୍ଷମତାରୁ ଯିବ । ତାପରେ ପ୍ରତିଶୋଧ ନିଆଯିବ ବୋଲି ସେ କହିଛନ୍ତି ।

ପଶ୍ଚିମବଙ୍ଗର ହଳଦିଆରେ ଏକ ଜନସଭାକୁ ସମ୍ବୋଧିତ କରି ମମତା ବିଜେପିଠାରୁ ପ୍ରତିଶୋଧ ନେବାକୁ ଧମକ ଦେଇଛନ୍ତି। ନନ୍ଦିଗ୍ରାମରେ ତାଙ୍କୁ ପରାସ୍ତ କରିବା ପାଇଁ ନିର୍ବାଚନ ଫଳାଫଳ କୁ ବଦଳାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ମୁଁ ଆଜି କିମ୍ବା ଆସନ୍ତାକାଲି ପ୍ରତିଶୋଧ ନେବି। ବିଜେପି, ଇଡି, ସିବିଆଇ ସବୁବେଳେ ରହିବ ନାହିଁ।

ଟିଏମସି ମୁଖ୍ୟ କହିଛନ୍ତି, ବିଧାନସଭା ନିର୍ବାଚନ ସମୟରେ ନନ୍ଦିଗ୍ରାମର ଘଟଣା ମୁଁ ଆପଣଙ୍କୁ କହିସାରିଛି, ମୁଁ ଅସାଧୁ କାର୍ଯ୍ୟ ଏବଂ ପ୍ରତାରଣାର ଶିକାର ହୋଇଥିଲି। ମୋ ଭୋଟ୍ ଲୁଟ୍ ହୋଇଥିଲା ଏବଂ ଜାଲିଆତି ମଧ୍ୟ ହୋଇଥିଲା। ନିର୍ବାଚନ ପୂର୍ବରୁ ଡିଏମ୍, ଏସ୍ ପି, ଆଇସି ଙ୍କୁ ବଦଳାଯାଇଥିଲା ଏବଂ ନିର୍ବାଚନ ସରିବା ପରେ ଲୋଡ୍ ସେଡିଂ କରି ଫଳାଫଳ ବଦଳାଯାଇଥିଲା। ଯଦି ଆଜି ନୁହେଁ, ତେବେ ଆସନ୍ତାକାଲି ନିଶ୍ଚୟ ଏହାର ପ୍ରତିଶୋଧ ନେବି। ସବୁବେଳେ ବିଜେପି ସରକାର ରହିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe