Advertisment

ଯଥାଶୀଘ୍ର ସମ୍ଭବ ଆମେ କରୋନା ଟିକା ଗ୍ରହଣ କରିବୁ: ଏମ୍‌ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ

Advertisment
ଯଥାଶୀଘ୍ର ସମ୍ଭବ ଆମେ କରୋନା ଟିକା ଗ୍ରହଣ କରିବୁ: ଏମ୍‌ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ

Times of India

ନୂଆଦିଲ୍ଲୀ: କରୋନା ଟିକାକୁ ସାରା ଦେଶବାସୀ ଅପେକ୍ଷା କରି ରହିଥିବା ବେଳେ ଦିଲ୍ଳୀ ଏମ୍‌ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି କି ଯେତେ ଶୀଘ୍ର ହୋଇପାରିବ ଆମେ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ କୋଭିଡ୍‌-୧୯ ଟିକା ଗ୍ରହଣ କରିବୁ। ସେ ଆହୁରି ମଧ୍ୟ ଜରୁରୀକାଳୀନ ପ୍ରୟୋଗ ପ‌ାଇଁ ଅନୁମତି ପ୍ରଦାନ କରାଯାଇଥିବା ଟିକାର ନିରାପତ୍ତାକୁ ନେଇ ନିଜେ ନିିଶ୍ଚିତ ବୋଲି ପ୍ରକାଶ କରିଛନ୍ତି। ଦେଶରେ ମଞ୍ଜୁରୀ ପାଇଥିବା କୋଭାକ୍ସିନ୍‌ ଏବଂ କୋଭିସିଲ୍ଡ ଟିକାର ସୁରକ୍ଷା ଓ ନରାପତ୍ତାକୁ ନେଇ ଦେଶବାସୀଙ୍କୁ ଆଶ୍ବସ୍ତ କରାଇଛନ୍ତି ରଣଦୀପ ଗୁଲେରିଆ।

କରୋନା ଟିକା କୋଭିସିଲ୍ଡ୍‌ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରାଜେନିକା ଦ୍ବାରା ବିକଶିତ ହୋଇ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଏସ୍‌ଆଇଆଇ) ଦ୍ବାରା ତିଆରି ହୋଇଥିବା ସୂଚନ‌ା ରହିଛି। ଏହି ଟିକା ତୃତୀୟ ପର୍ଯ୍ୟୟ ପରୀକ୍ଷଣ ପାର୍‌ କରିସାରିଛି। ଏପରିକି ‌ବ୍ରିଟେନ୍‌ରେ ଏହି ଟିକାର ପ୍ରୟୋଗ ହୋଇସାରିଛି ମଧ୍ୟ। ସେହିପରି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ(ଆସିଏମ୍‌ଆର୍‌) ସହ ମିଶି କୋଭାକ୍ସିନ୍‌କୁ ବିକାଶ କରିଛି ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍‌। ଏହା ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଅଛି।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତ‌ରେ ଦେଶର ପ୍ରଥମ କୋଭିଡ୍‌-୧୯ ପ୍ରତିଷେଧକ ଟିକା କୋଭାସ୍କିନ୍‌ର ଖୁବ୍‌ ଶୀଘ୍ର ଡାକ୍ତରୀ ପରୀକ୍ଷଣ(କ୍ଲିନିକାଲ୍‌ ଟ୍ରାଏଲ୍‌) କରିବା ପାଇଁ ଭାରତ ବାୟୋଟେକ୍‌କୁ ଚିଠି ଲେଖି ଜଣାଇଥିଲେ ଆଇସିଏମ୍‌ଆର୍‌ ଡିଜି। ଆଇସିଏମ୍‌ଆର୍‌ ସହ ମିଳିତ ଭାବେ ହାଇଦ୍ରାବାଦସ୍ଥିତ‌ କମ୍ପାନି ଭାରତ ବାୟୋଟେକ୍‌ ଏହି ଟିକା ପ୍ରସ୍ତୁତ କରିଥିବା ବେଳେ ଏହାର ଶୀଘ୍ର ପରୀକ୍ଷଣ କରାଗଲେ ଅଗଷ୍ଟ ୧୫ ସୁଦ୍ଧା  ଫଳାଫଳ ବାହାରିପାରେ ବୋଲି ଆଶା କରାଯାଉଛି। ୧୨ଟି ହସ୍ପିଟାଲ୍‌କୁ ଏହାର ପରୀକ୍ଷଣ ଅନୁମତି ଦେବାକୁ ଭାରତ ବାୟୋଟେକ୍‌କୁ ଆଇସିଏମ୍‌ଆର୍‌ ଡିଜି ଚିଠି ଜରିଆରେ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe