ଠିକଣା ବେଳେ ‘ବିଜେପି’କୁ ପାନେ ଦେବୁ: ‘ବିଆର୍‌ଏସ୍‌’ ବିଧାୟକ

Advertisment
ଠିକଣା ବେଳେ ‘ବିଜେପି’କୁ ପାନେ ଦେବୁ: ‘ବିଆର୍‌ଏସ୍‌’ ବିଧାୟକ

ହାଇଦ୍ରାବାଦ: ସୁବିଧ‌ା ମିଳିଲେ ‘ବିଜେପି’କୁ ପାନେ ଦେବୁ ବୋଲି ‘ଭାରତ ରାଷ୍ଟ୍ର ସମିତି’ର (ବିଆର୍‌ଏସ୍‌) ବିଧାୟକ ଦାନମ ନାଗେନ୍ଦର୍‌ ‘କେସିଆର୍‌’ଙ୍କ ଝିଅ କେ. କବିତାଙ୍କୁ ‘ଇଡି’ ଜେରା କରିବା ପ୍ରସଙ୍ଗକୁ ଭିତ୍ତିକରି ମଙ୍ଗଳବାର ଦିନ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’କୁ ନାଗେନ୍ଦର୍‌ କହିଛନ୍ତି, ଏ ମାମଲା ଖୁବ୍‌ ସୁସ୍ପଷ୍ଟ। ‘ବିଜେପି’ ସରକାରର ଆକ୍ରୋଶମୂଳକ କାର୍ଯ୍ୟକଳାପ ବିଷୟରେ ଜନସାଧାରଣ ଭଲ ଭାବେ ଅବଗତ ଅଛନ୍ତି। ‘ପ୍ରବର୍ତ୍ତନ ନିର୍ଦେଶାଳୟ ‘ବିଜେପି’ ଓ କେନ୍ଦ୍ର ସରକାରଙ୍କର ମୁଖପତ୍ର ଭଳି କାର୍ଯ୍ୟ କରୁଛି। ଏଇଟା ଖୁବ୍‌ ଅନ୍ୟାୟ। ଗତକାଲି କବିତା ସ୍ପଷ୍ଟ କରି କହିଛନ୍ତି ଯେ, ସେ ଏ ସବୁ ମାମଲାରେ ସଂଶ୍ଳିଷ୍ଟ ନାହାନ୍ତି। ତା’ଛଡ଼ା ମଦ ବ୍ୟବସାୟ ସହିତ ସେ କୌଣସି ପ୍ରକାରେ ଜଡ଼ିତ ନାହାନ୍ତି।

publive-image Image Courtesy of The Hans India

ନାଗେନ୍ଦର୍‌ ଆହୁରି ମଧ୍ୟ କହିଛନ୍ତି, ଯେ କେହି ତାଙ୍କ (କବିତାଙ୍କ) ନାଁ କହିଦେଲେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତାହାକୁ ଷଡ଼ଯନ୍ତ୍ର ଭାବେ ଗ୍ରହଣ କରିପାରିବ ନାହିଁ। ଅସଲ କଥା ହେଉଛି ପ୍ରତି ଥର କବିତା ‌ଜେରାର ନିର୍ଦ୍ଦିଷ୍ଟ ସମୟ ସୀମା ଉଲ୍ଲେଖ କରିବା ଲାଗି ‘ପ୍ରବର୍ତ୍ତନ ନିର୍ଦେଶାଳୟ’କୁ ଅନୁରୋଧ କରୁଛନ୍ତି। ତା’ସତ୍ତ୍ବେ ଗତକାଲି ସେ ରାତି ପ୍ରାୟ ୧୦ଟା ବେଳେ ଛାଡ଼ ପାଇଲେ। ଜଣେ ମହିଳାଙ୍କୁ ଏଭଳି ନିର୍ଯାତନା ଦେଲେ ‘ବିଜେପି’କୁ କେହି ଛାଡ଼ିବେ ନାହିଁ। ‘ବିଆର୍‌ଏସ୍‌ ପାର୍ଟି’ ବି ପଛଘୁଞ୍ଚା ଦେବ ନାହିଁ। ଯେକୌଣସି ପରିଣତିର ସମ୍ମୁଖୀନ ହେବାକୁ ଆମେ ପ୍ରସ୍ତୁତ। ଅନୁକୂଳ ପରିସ୍ଥିତି ଆସିଲେ ଆମେ ନିଶ୍ଚୟ ‘ବିଜେପି’କୁ ଶାସ୍ତି ଦେବୁ।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ନୀତି ମାମଲାରେ ମଙ୍ଗଳବାର ଦିନ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କେ. କବିତାଙ୍କୁ ୧୦ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଜେରା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe