ପ୍ରତିଶ୍ରୁତି ଦେଇ ବି ୮ବର୍ଷ ମଧ୍ୟରେ ବିହାରକୁ କାହିଁକି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେ‌ଲେନି ମୋଦୀ ସରକାର: ତେଜସ୍ବୀଙ୍କ ପ୍ରଶ୍ନ

ପ୍ରତିଶ୍ରୁତି ଦେଇ ବି ୮ବର୍ଷ ମଧ୍ୟରେ ବିହାରକୁ କାହିଁକି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେ‌ଲେନି ମୋଦୀ ସରକାର: ତେଜସ୍ବୀଙ୍କ ପ୍ରଶ୍ନ

haribhoomi

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନ ବିହାରର ପୂର୍ଣ୍ଣିଆରେ ଏକ ରାଲି କରିବାକୁ ଯାଉଛନ୍ତି। ବିହାରର ଦୁଇ ଦିନିଆ ଗସ୍ତରେ ଅମିତ ଶାହା ପୂର୍ଣ୍ଣିଆରେ ରାଲି ପରେ କିଶନଗଞ୍ଜରେ ଦଳର ସାଂସଦ ତଥା ଅନ୍ୟ କର୍ମୀଙ୍କ ସହ ବିସ୍ତୃତ ବୈଠକ କରିବେ। ଏଭଳି ସ୍ଥିତିରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କିଛି ପ୍ରଶ୍ନ ପଚାରିଛନ୍ତି।

ଏକ ଟ୍ବିଟ କରି ସେ ଲେଖିଛନ୍ତି ଯେ, ୨୦୧୪ମସିହାରେ ପୂର୍ଣ୍ଣିଆରେ ହୋଇଥିବା ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀ ବିହାରବାସୀଙ୍କୁ କିଛି ପ୍ରତିଶ୍ରୁତି ଦେଇଥିଲେ। ଯଦି ବିଜେପି ସରକାର ଗଠନ କରେ ତେବେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ସ୍ୱତନ୍ତ୍ର ପ୍ୟାକେଜ ଏବଂ ବିଶେଷ ଧ୍ୟାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ହେଲେ ୮ବର୍ଷ ସରକାରରେ ରହିବା ପରେ ମଧ୍ୟ ସେ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇପାରିନାହିଁ। ଆସନ୍ତାକାଲି ପୂର୍ଣ୍ଣିୟାରେ ଗୃହମନ୍ତ୍ରୀ ଅମିତ ଶାହ ଏହା ଉପରେ ନିଜର ମତାମତ ରଖିବେ କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe