ଜାରିରହୁ ମହାକୁମ୍ଭ... ପ୍ରୟାଗରାଜରେ ମହାକୁମ୍ଭର ଅବଧି ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି

mahakumbh to be continue

Photograph: (SAMBAD.IN)

ପ୍ରୟାଗରାଜ: ଆଉ କିଛି ଦିନ ଚାଲୁ ମହାକୁମ୍ଭ । ଜାରି ରହୁ ପ୍ରୟାଗରାଜରେ ଶ୍ରଦ୍ଧାଳୁଙ୍କ ପବିତ୍ର ସ୍ନାନ । ବାକି ରହିଯାଇଥିବା ଶ୍ରଦ୍ଧାଳୁଙ୍କ ପାଇଁ ତ୍ରିବେଣୀରେ ବୁଡ ପକାଇବାର ଅବଧିକୁ ଆଉ କିଛି ଦିନ ଯାଏଁ ଘୁଞ୍ଚାଇ ଦିଆଯାଉ । ଯଦିଓ ଗତକାଲି ଶିବରାତ୍ରି ଅବସରରେ ମହାକୁମ୍ଭର ସମାପ୍ତି ଘଟିଛି ମାତ୍ର ଶ୍ରଦ୍ଧାଳୁଙ୍କ ଆଗମନ ଏବଂ ମହାକୁମ୍ଭ ପ୍ରତି ସେମାନଙ୍କୁ ଆଗ୍ରହ ଦେଖି ଯୋଗୀ ସରକାରଙ୍କୁ ମହାକୁମ୍ଭ ଆଉ କିଛି ଚଲେଇବାକୁ ଦାବି କରିଛି ୟୁପି କଂଗ୍ରେସ ।

ଉତ୍ତରପ୍ରଦେଶ କଂଗ୍ରେସର ମୁଖପାତ୍ର ଅଂଶୁ ଅବସ୍ଥି କହିଛନ୍ତି ଦେଶ ବିଦେଶର ଅନେକ ଶ୍ରଦ୍ଧାଳୁ ଯେଉଁମାନେ ମହାକୁମ୍ଭରେ ସାମିଲ ହେବାରୁ ବଞ୍ଚିତ ରହିଛନ୍ତି ସେମାନଙ୍କୁ ଥରେ ସୁଯୋଗ ଦିଆଯାଉ । ଥଣ୍ଡା, ଭିଡ ଏବଂ ଅନ୍ୟ କାରଣରୁ ଅନେକ ଭକ୍ତ ମହାକୁମ୍ଭରେ ବୁଡ଼ ପକାଇବାରୁ ବଞ୍ଚିତ ଅଛନ୍ତି ସେମାନଙ୍କ ପାଇଁ ମହାକୁମ୍ଭର ଅବଧିକୁ କିଛି ଦିନ ଯାଏଁ ବଢାଇ ଦିଆଯାଉ ଯାହା ଦ୍ବାରା ମହାକୁମ୍ଭର ଏହି ପବିତ୍ର ତ୍ରିବେଣୀ ସଙ୍ଗମରେ ସେମାନେ ବୁଡ ପକାଇ ପାରିବେ ।

ଆଜି ପ୍ରୟାଗରାଜରେ ମହାକୁମ୍ଭ ସମ୍ପନ୍ନ ସମାରୋହ ଥିବା ବେଳେ ସେଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଯୋଗଦେବାର ଅଛି ଆଉ ମୁଖ୍ୟମନ୍ତ୍ରୀଙ୍କ ଆସିବା ଆଗରୁ ଏଭଳି ଦାବି କରିଛି କଂଗ୍ରେସ । ଯଦି ଯୋଗୀ ଚାହିଁବେ ତାହାଲେ ଉକ୍ତ ସମାରୋହରେ ମହାକୁମ୍ଭର ଅବଧି ବଢାଇବା ନେଇ ଘୋଷଣା କରିପାରିବେ ବୋଲି କଂଗ୍ରେସ ଦାବି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe