Will wear burqa to watch India-Pak match: Minister Nitesh Rane mocks Aditya Thackeray
ମୁମ୍ବାଇ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାକୁଥିବା ମ୍ୟାଚ୍କୁ ନେଇ ଏକ ରାଜନୈତିକ ବିବାଦ ଦେଖାଦେଇଛି। ଅନେକ ଲୋକ ଏହି ମ୍ୟାଚ୍କୁ ବିରୋଧ କରୁଛନ୍ତି ଏବଂ କହୁଛନ୍ତି ଯେ, ପହଲଗାମରେ ଆତଙ୍କବାଦୀମାନେ ଯେଉଁ ବର୍ବରତା କରିଛନ୍ତି। ସେଭଳି ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଦେଶର କ୍ରିକେଟ ଦଳ ସହିତ ଏହି ମ୍ୟାଚ୍ ଖେଳାଯିବା ଉଚିତ୍ ନୁହେଁ। ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ସରକାରଙ୍କୁ କଡ଼ା ସମାଳୋଚନା କରୁଛନ୍ତି।
ଶିବସେନା (ୟୁବିଟି) ମଧ୍ୟ ଏହି ମ୍ୟାଚ୍କୁ ବିରୋଧ କରିଛି। ଆଦିତ୍ୟ ଠାକରେ ସରକାରଙ୍କୁ କଡ଼ା ସମାଳୋଚନା କରିଥିଲେ। କିନ୍ତୁ ଏବେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନିତେଶ ରାଣେ ଆଦିତ୍ୟଙ୍କୁ ଜବାବ ଦେଇ ପରିହାସ କରିଛନ୍ତି।
ଶିବସେନା ଏବଂ ଆଦିତ୍ୟ ଠାକରେଙ୍କ ପ୍ରତିବାଦ ଉପରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ନିତେଶ ରାଣେ କହିଛନ୍ତି, ଆଦିତ୍ୟ ଠାକରେ ଗୁପ୍ତ ଭାବରେ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାକୁ ଯିବେ। ଆଦିତ୍ୟ ବୁର୍ଖା ପିନ୍ଧି ମ୍ୟାଚ୍ ଦେଖିବାକୁ ଯିବେ ଏବଂ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ ଦେବେ।
ବୁର୍ଖା ପିନ୍ଧିବା ପରେ, ଯଦି ସେ ଜଣେ ମହିଳାଙ୍କ ସ୍ୱରରେ କଥା ହୁଅନ୍ତି, ତେବେ ଲୋକମାନେ ତାଙ୍କୁ ବିଶ୍ୱାସ କରିବେ ସେ ଜଣେ ମହିଳା। କେହି ଚିହ୍ନିପାରିବେ ନାହିଁ ଯେ, ସେ ଆଦିତ୍ୟ ଠାକରେ ବୋଲି।
ଅନ୍ୟପକ୍ଷରେ, ଶିବସେନା ସମଗ୍ର ମହାରାଷ୍ଟ୍ରରେ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ବିରୋଧରେ ପ୍ରତିବାଦ କରିବାକୁ ଘୋଷଣା କରିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପରେସନ୍ ସିନ୍ଦୂର ମନେ ପକାଇବା ପାଇଁ ସିନ୍ଦୂର ପଠାଇବ ବୋଲି କହିଛି। ଶିବସେନା (ୟୁବିଟି) କହିଛି, ସୈନିକମାନେ ସହିଦ ହେଉଛନ୍ତି ଏବଂ ଆମେ କ୍ରିକେଟ୍ ଖେଳିବୁ, ଏହା ଉପଯୁକ୍ତ ମନେ ହେଉନାହିଁ। ମୋଦୀ କହୁଛନ୍ତି ଯେ, ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହୋଇପାରିବ ନାହିଁ, କିନ୍ତୁ ରକ୍ତପାତ ଏବଂ କ୍ରିକେଟ୍ କ’ଣ ଏକାଠି ଚାଲିପାରିବ?
ଶିବସେନା କହିଛି, ପାକିସ୍ତାନ ସହିତ ସମସ୍ତ ସମ୍ପର୍କ ଭାଙ୍ଗିବା ଉଚିତ୍। ଯେଉଁମାନେ ବାଲା ସାହେବଙ୍କ ଦେଶପ୍ରେମ ଉପରେ ପ୍ରଶ୍ନ ଉଠାନ୍ତି ସେମାନେ ନିଜ ସୀମା ମଧ୍ୟରେ ରହିବା ଉଚି୍ତ। ଶରୀରରେ ସିନ୍ଦୁର ନୁହେଁ, ଦେଶପ୍ରେମର ରଙ୍ଗ ରହିବା ଉଚିତ୍।
Follow Us