ଅତିଥିଙ୍କୁ ଭାରତୀୟ ଖାଦ୍ୟ ପରଷିଲେ ଵିଲି୍ଅମ୍‌ସ

Advertisment
ଅତିଥିଙ୍କୁ ଭାରତୀୟ ଖାଦ୍ୟ ପରଷିଲେ ଵିଲି୍ଅମ୍‌ସ

Hindustan Times

ଲଣ୍ଡନ: ବ୍ରିଟେନ୍‌ରେ ଭାରତୀୟ ଚଟପଟି ଖାଦ୍ୟର ଚାହିଦା ସାଙ୍ଗକୁ ବ୍ରିଟେନ୍‌ବାସୀଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ଆଉ ନୂଆଖବର ହୋଇ ରହିନାହିଁ। ତେବେ ବୁଧବାର ପ୍ରିନ୍ସ ଵିଲିଅମ୍‌ସ ଯେତେବେଳେ କେନ୍‌ସିଂଟନ୍‌ ରାଜପ୍ରାସାଦରେ ଅତିଥିମାନଙ୍କୁ ପାପଡ଼, ନାନ୍‌ ସାଙ୍ଗକୁ ଅନ୍ୟାନ୍ୟ ଭାରତୀୟ ଖାଦ୍ୟ ପରଷୁଥିବାର ନୂତନ ଦୃଶ୍ୟ ପ୍ରସାରିତ ହେଲା, ତାହା ହିଁ ଏବେ ଚର୍ଚ୍ଚାର ବିଷୟ ହୋଇଛି। ବିବିସି ଲାଇଭ୍‌ର ଏକ ଟିଭି କାର୍ଯ୍ୟକ୍ରମରେ ପ୍ରାକ୍ତନ ଫୁଟ୍‌ବଲ୍‌ ତାରକା ପିଟର କ୍ରାଉଚ୍‌ଙ୍କୁ ଆପ୍ୟାୟିତ କରିବା ଲାଗି ଫୁଟ୍‌ବଲ୍‌ପ୍ରେମୀ ଵିଲିଅମ୍‌ସ ବିଭିନ୍ନ ପ୍ରକାର ଭାରତୀୟ ଖାଦ୍ୟ ପରଷୁଥିବା ଦେଖାଯାଇଥିଲା। ସେହି ସବୁ ବ୍ୟଞ୍ଜନ ରାଜପ୍ରାସାଦକୁ କେହି ଜଣେ ଖାଦ୍ୟ ଯୋଗାଣକାରୀ ସହାୟକ ଆଣିଦେଇଥିଲା କି ବୋଲି ଅନ୍ୟମାନେ ଥଟ୍ଟାମଜା କରିଥିବା ବେଳେ ଵିଲିଅମ୍‌ସ ସେସବୁ ନିଜେ ରାନ୍ଧିଥିବା କହିଥିଲେ। ଏପରିକି ଲକ୍‌ଡାଉନ୍‌ ବେଳେ ଏହା ହିଁ ତାଙ୍କୁ ଅନେକ ଶାନ୍ତି ଦେଇଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe