ବେଆଇନ ଭାବେ ଭାରତରେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ଫେରାଇ ନେବାକୁ ବାଂଲାଦେଶ ଇଚ୍ଛୁକ

ବେଆଇନ ଭାବେ ଭାରତରେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ଫେରାଇ ନେବାକୁ ବାଂଲାଦେଶ ଇଚ୍ଛୁକ

Image Source: The Economics Times

ଢାକା: ରବିବାର ଦିନ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ. କେ. ଅବଦୁଲ୍‌ ମୋମେନ୍‌ ଗଣମାଧ୍ୟମକୁ କହିଛନ୍ତି ଯେ ବେଆଇନ ଭାବେ ଭାରତରେ ବସବାସ କରୁଥିବା ବାଂଲାଦେଶୀ ନାଗରିକମାନଙ୍କର ତାଲିକା ଦେବାକୁ ଭାରତକୁ ଅନୁରୋଧ କରାଯାଇଛି। ଉକ୍ତ ତାଲିକା ଆଧାରରେ, ସେମାନଙ୍କୁ ବାଂଲାଦେଶକୁ ଫେରାଇ ନିଆଯିବ।

କାର୍ଯ୍ୟ ବ୍ୟସ୍ତତା ଦର୍ଶାଇ ଗୁରୁବାର ଦିନ ଭାରତ ଗସ୍ତ ବାତିଲ କରିଥିବା ମୋମେନ୍‌ଙ୍କୁ ଭାରତର ‘ନ୍ୟାସ୍‌ନାଲ୍‌ ରେଜିଷ୍ଟର୍‌ ଅଫ୍‌ ସିଟିଜେନ୍‌ସିପ୍‌’ ବିଷୟରେ ପଚରା ଯିବାରୁ ସେ କହିଲେ ଯେ ବାଂଲାଦେଶ-ଭାରତ ସମ୍ପର୍କ ସ୍ୱାଭାବିକ ଓ ମଧୁର ରହିଛି। ଏଥିଯୋଗୁଁ ସମ୍ପର୍କ ଉପରେ କୌଣସି କୁ-ପ୍ରଭାବ ପଡ଼ିବ ନାହିଁ।

publive-image Image Source: The Times of India

ସେ କହିଲେ, ଭାରତ ‘ଏନ୍‌ଆର୍‌ସି’ ପ୍ରକ୍ରିୟାକୁ ତା’ର ଅଭ୍ୟନ୍ତରୀଣ ବିଷୟ କହିବା ସହ ପ୍ରତିଶ୍ରୁତି ଦେଇଛି କି, ଢାକା ଉପରେ ଏହାର କୌଣସି କୁ-ପ୍ରଭାବ ପଡ଼ିବ ନାହିଁ।

ଆର୍ଥିକ କାରଣରୁ କେତେକ ଭାରତୀୟ ନାଗରିକ ମଧ୍ୟସ୍ଥଙ୍କ ମାଧ୍ୟମରେ ବେଆଇନ୍‌ ଭାବେ ବାଂଲାଦେଶକୁ ପ୍ରବେଶ କରୁଛନ୍ତି ବୋଲି ପଚରା ଯିବାରୁ ସେ କହିଲେ, ଆମ ନାଗରିକଙ୍କ ଛଡ଼ା ଅନ୍ୟ କେହି ବାଂଲାଦେଶକୁ ପ୍ରବେଶ କଲେ ଆମେ ତାଙ୍କୁ ଫେରାଇ ଦେବୁ।

ଯଦି କୌଣସି ବାଂଲାଦେଶୀ ନାଗରିକ ବେଆଇନ୍‌ ଭାବେ ଭାରତରେ ବାସ କରୁଛନ୍ତି, ସେମାନଙ୍କ ତାଲିକା ପ୍ରଦାନ କରିବାକୁ ନୂଆଦିଲ୍ଲୀକୁ ଅନୁରୋଧ କରାଯାଇଛି। ନିଜ ଦେଶକୁ ଆସିବାର ଅଧିକାର ଥିବାରୁ ଆମେ ସେମାନଙ୍କୁ (ବାଂଲାଦେଶୀ) ଆସିବାକୁ ଅନୁମତି ଦେବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe