ପାକିସ୍ତାନୀମାନେ ଅଭିନନ୍ଦନଙ୍କୁ ଗଭୀର ‘ମାନସିକ ନିର୍ଯାତନା’ ଦେଉଥିଲେ

Advertisment
ମେଡିକାଲ ଟେଷ୍ଟ ହେବା ପୂର୍ବରୁ ଦିଲ୍ଲୀରେ ପରିବାରକୁ ଭେଟିଥିଲେ ପାଇଲଟ୍‌ ଅଭିନନ୍ଦନ

Hindustan Times

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ବୀର ପାଇଲଟ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନଙ୍କୁ ପାକିସ୍ତାନରେ ଗଭୀର ଭାବେ ‘ମାନସିକ ନର୍ଯାତନା’ ଦିଆଯାଇଛି ବୋଲି ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଏଏନ୍‌ଆଇ’ ପକ୍ଷରୁ ପ୍ରକାଶ କରାଯାଇଛି ଯେ କମାଣ୍ଡର୍‌ ଅଭିନନ୍ଦନ ପାକିସ୍ତାନୀଙ୍କ ସହ ବିତାଇଥିବା ଦୁଇ ଦିନ ଭିତରେ ଗଭୀର ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି। ନିଜ ଦେଶକୁ ଫେରି କମାଣ୍ଡର୍‌ ଅଭିନନ୍ଦନ ଜଣାଇଛନ୍ତି କି ଯଦିଓ ତାଙ୍କୁ କୌଣସି ପ୍ରକାର ଶାରୀରିକ ନିର୍ଯାତନା ଦିଆଯାଇ ନ ଥିଲା, ମାତ୍ର ପାକିସ୍ତାନୀମାନେ ତାଙ୍କୁ ଖୁବ୍‌ ମାନସିକ ନିର୍ଯାତନା ଦେଇଛନ୍ତି।

ପାକିସ୍ତାନରେ ୫୯ ଘଣ୍ଟା ବିତାଇବା ପରେ ଶୁକ୍ରବାର ରାତି ୯.୧୦ ସମୟରେ ପାକିସ୍ତାନ ଅଭିନନ୍ଦନଙ୍କୁ ଭାରତକୁ ପ୍ରତ୍ୟାର୍ପିତ କରିଥିଲା। ବୁଧବାର ଆକ୍ରମଣ କରିବାକୁ ଆସିଥିବା ପାକ୍‌ ଯୁଦ୍ଧ ବିମାନ ଏଫ୍‌-୧୬ର ପିଛା କରି ଭାରତୀୟ ଯୁଦ୍ଧ ବିମାନ ମିଗ୍‌-୨୧ ଧରି ପାକ୍‌ ସୀମାକୁ ପଶି ଯାଇଥିଲେ ଅଭିନନ୍ଦନ। ସେଠାରେ ପାକ୍‌ ସେନା ତାଙ୍କ ଯୁଦ୍ଧ ବିମାନକୁ ଗୁଳି କରିବାରୁ ସେ ପାରାଚୁଟ୍‌ ଯୋଗେ ତଳକୁ ଡେଇଁ ପଡ଼ିଲେ। ବୁଧବାରଠାରୁ ଅଭିନନ୍ଦନଙ୍କୁ ପାକ୍‌ ସେନା ଧରି ନେଇ ଅଟକ ରଖିଥିଲା। ଭାରତ ସରକାରଙ୍କ ଚାପରେ ପାକିସ୍ତାନ ଅଭିନନ୍ଦନଙ୍କୁ ଶୁକ୍ରବାର ସସମ୍ମାନେ ଭାରତ ପଠାଇ ଦେଇଛି।

ବର୍ତ୍ତମାନ ଅଭିନନ୍ଦନଙ୍କୁ ନୂଆଦିଲ୍ଲୀର ଏୟାରଫୋର୍ସ ସେଣ୍ଟ୍ରାଲ୍‌ ମେଡିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ(ଏଏଫ୍‌ସିଏମ୍‌ଇ)ରେ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ରଖାଯାଇଛି। ସେନାର ବାୟୁସେବା ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ସ୍ୱତନ୍ତ୍ର ଚିକିତ୍ସା ଲାଗି ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏଠାରେ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପ୍ରାୟ ଏକ ସପ୍ତାହ ରଖାଯିବ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe