ବନ୍ଧୁଙ୍କ ନିଯୁକ୍ତି ଲାଗି ନିଜକୁ ଗୃହମନ୍ତ୍ରୀ ଅମିତ ଶାହା କହି ରାଜଭବନକୁ କଲ୍‌ କଲେ ୱିଙ୍ଗ୍‌ କମାଣ୍ଡର୍‌, ଶେଷରେ ଧରାପଡ଼ିଲେ

Advertisment
ବନ୍ଧୁଙ୍କ ନିଯୁକ୍ତି ଲାଗି ନିଜକୁ ଗୃହମନ୍ତ୍ରୀ ଅମିତ ଶାହା କହି ରାଜଭବନକୁ କଲ୍‌ କଲେ ୱିଙ୍ଗ୍‌ କମାଣ୍ଡର୍‌, ଶେଷରେ ଧରାପଡ଼ିଲେ

Photo | Express

ଭୋପାଳ: ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନଙ୍କ ସହ ଅମିତ ଶାହା ହୋଇ କଥା ହେବା ଦିଲ୍ଳୀସ୍ଥିତ ଭାରତୀୟ ବାୟୁସେନା ମୁଖ୍ୟାଳୟ‌ରେ ନିଯୁକ୍ତି ପାଇଥିବା ୱିଙ୍ଗ୍‌ କମାଣ୍ଡର୍‌ଙ୍କୁ ମହଙ୍ଗା ପଡ଼ିଛି। ଜବଲପୁରରେ ଥିବା ମଧ୍ୟପ୍ରଦେଶ ମେଡିକାଲ୍‌ ସାଇନ୍ସ ୟୁନିଭରସିଟି(ଏମ୍‌ପିଏଏସ୍‌ୟୁ)ରେ ତାଙ୍କ ବନ୍ଧୁଙ୍କୁ କୁଳପତି ଭାବେ ନିଯୁକ୍ତ କରିବାକୁ ୱିଙ୍ଗ୍‌ କମାଣ୍ଡର୍‌ କୁଳଦୀପ ବେଘେଲା ରାଜ୍ୟପାଳଙ୍କ ସହ ଗୃହ ମନ୍ତ୍ରୀ ଅମିତ ଶାହା ହୋଇ କଥା ହୋଇଥିଲେ। ଚତୁରତାର ସହ ‌ଧୋକା କରିଥିବା କାରଣରୁ ୱିଙ୍ଗ୍‌ କମାଣ୍ଡର୍‌ କୁଳଦୀପ ବେଘେଲା ଏବଂ ତାଙ୍କ ବନ୍ଧୁ ଡେଣ୍ଟାଲ୍‌ ସର୍ଜନ ଚନ୍ଦ୍ରେଶ କୁମାର ଶୁକ୍ଳାଙ୍କୁ ଏମ୍‌ପି ପୁଲିସ୍‌ର ସ୍ପେସିଆଲ୍‌ ଟାସ୍କ ଫୋର୍ସ ଗିରଫ କରିଛି। 

ଆପଣଙ୍କ ସୂଚନା ସକା‌ଶେ ଜଣାଇ ଦେଉଛୁ ଯେ ଜବଲପୁରରେ ଥିବା ଏମ୍‌ପିଏଏସ୍‌ୟୁର ପରବର୍ତ୍ତୀ କୁଳପତି ନିଯୁକ୍ତି  ପ୍ରକ୍ରିୟା ୨୦୧୯ ଜୁଲାଇ ମାସରୁ ଆରମ୍ଭ ହୋଇଗଲାଣି। ପରବର୍ତ୍ତୀ କୁଳପତି  ନିଯୁକ୍ତି ପାଇଁ ଏକ ସର୍ଚ କମିଟି ଗଠନ ପାଇଁ ରାଜ୍ୟପାଳ ଆଦେଶ ଦେଇଥିଲେ। ଏହି ପଦବୀ ପାଇଁ  ଡେଣ୍ଟାଲ୍‌ ସର୍ଜନ ଚନ୍ଦ୍ରେଶ କୁମାର ଶୁକ୍ଳା ଆବେଦନ କରିଥିଲେ। ଚଳିତବର୍ଷ ଜାନୁଆର ୩ ତାରିଖରେ ତାଙ୍କର ଇଣ୍ଟରଭିୟୁ ଥିଲା। ସେ କୌଣସି ମତେ ସେହି ପଦବୀ ପାଇବାକୁ ଚାହୁଁଥିଲେ। ଫଳରେ ନିିଜ ବନ୍ଧୁଙ୍କ ସହାୟତା ନେଇ ରାଜଭବନକୁ କନ୍‌ଫରେନ୍ସ କଲ୍‌ ଲଗାଇଲେ। କନ୍ଫରେନ୍ସ କଲ୍‌ରେ କୁଳଦୀପ ଅମିତ ଶାହା ହୋଇ କଥା ହେବା ସହ ଚନ୍ଦ୍ରେଶ କୁମାର ଶୁକ୍ଳାଙ୍କୁ ପରବର୍ତ୍ତୀ କୁଳପତି ଭାବେ ନିଯୁକ୍ତି ଦେବାକୁ କହିଥିଲେ।

publive-image Dainik Bhaskar

ଫୋନ କାଟିବା ପରେ ଉପସ୍ଥିତ ସମସ୍ତଙ୍କୁ ସନ୍ଦେହ ଆସିଥିଲା। ରାଜଭବନରୁ ଗୃହ ମନ୍ତ୍ରାଳୟକୁ ଯୋଗାଯୋଗ କରିବା ପରେ ଅମିତ ଶାହା କୌଣସି ପ୍ରକାର କଲ୍‌ କରି ନଥିଲେ ବୋଲି ସ୍ପଷ୍ଟ ହୋଇଗଲା। ଘଟଣାର ତଦନ୍ତ ହେବା ପରେ ୱିଙ୍ଗ୍‌ କମାଣ୍ଡର୍‌ କୁଳଦୀପ ବେଘେଲାଙ୍କୁ ଦିଲ୍ଲୀରୁ ଓ ତାଙ୍କ ବନ୍ଧୁ ଚନ୍ଦ୍ରେଶ କୁମାର ଶୁକ୍ଳାଙ୍କୁ ଭୋପାଳରୁ ଗିରଫ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe