ହରାରେ: ଟିମ୍ ଇଣ୍ଡିଆ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ୫ଟିକିଆ ଟି-୨୦ ମ୍ୟାଚ୍ର ଚତୁର୍ଥ ଟି-୨୦ ମ୍ୟାଚ୍ ଶନିବାର ହରାରେର ହରାରେ ସ୍ପୋର୍ଟସ୍ କ୍ଲବ୍ରେ ଖେଳାଯାଉଛି।
ମ୍ୟାଚ୍ରେ ଭାରତୀୟ ଅଧିନାୟକ ଶୁଭମାନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜିମ୍ବାଓେ ଅଧିନାୟକ ସିକନ୍ଦର ରାଜାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା।
ଜିମ୍ବାୱେ ଧାର୍ଯ୍ୟ ୨୦ ଓଭରରେ ୭ ୱିକେଟ ହରାଇ ୧୫୨ ରନ୍ କରିଛି। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୧୫୩ ରନ୍ ରହିଛି।
ଜିମ୍ବାୱେ ପକ୍ଷରୁ ୱେସଲି ମାଡେଭେରେ ୨୫ ରନ୍ କରିଥିବାବେଳେ ତାଡିୱାନାସେ ମାରୁମାନି ୩୨ ରନ୍ କରିଥିଲେ। ସେହିପରି ବ୍ରାଏନ ବେନେଟ ୯, ଡିଅନ ମାୟର୍ସ ୧୨ , ସିକନ୍ଦର ରଜା ୪୬ , ଜୋନାଥନ କ୍ୟାମ୍ପବେଲ ୩ , କ୍ଲିଭ ମାଡାଣ୍ଡେ ୭, ଫାରାଜ ଆକ୍ରାମ ୪ ରନ୍ କରିଥିଲେ।
Follow Us