ଆମେରିକା ପାଇଁ ବିଜୟ ଲକ୍ଷ୍ୟ ୧୯୫ ରନ୍

Advertisment
ଆମେରିକା ପାଇଁ ବିଜୟ ଲକ୍ଷ୍ୟ ୧୯୫ ରନ୍

ଆଣ୍ଟିଗୁଆ: ଟି-୨୦ ବିଶ୍ବକପର ସୁପର ୮ ଗ୍ରୁପ୍-୨ରେ ବୁଧବାର ଆମେରିକା ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହୋଇଛନ୍ତି। ଆଣ୍ଟିଗୁଆର ନର୍ଥ ସାଉଣ୍ଡର ସାର୍ ଭିଭିଆନ୍ ରିଚାର୍ଡସ୍ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ

ଆମେରିକା ଅଧିନାୟକ ଆରୋନ୍ ଜୋନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ ମାର୍କ୍ରାମଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲେ।

ଧାର୍ଯ୍ୟ ୨୦ ଓଭରରେ ଦକ୍ଷିଣ ଆଫ୍ରିକା ୪ ୱିକେଟ ହରାଇ ୧୯୪ ରନ୍ କରିଛି। ଫଳରେ ଆମେରିକା ପାଇଁ ବିଜୟ ଲକ୍ଷ୍ୟ ୧୯୫ ରନ୍ ରହିଛି।

ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ବିଣ୍ଟନ ଡି କକ୍ ୭୪ ରନ୍ କରିଥିବାବେଳେ ରେଜା ହେଣ୍ଡ୍ରିକ୍ ୧୧ ରନ୍ କରିଥିଲେ। ସେହିପରି ଆଡେନ ମାକ୍ରୋମ ୪୬ ରନ୍, ହେନରିଚ କ୍ଲେସେନ ୩୬ ରନ୍, ଟ୍ରିଷ୍ଟାନ ଷ୍ଟବସ ୨୦ ରନ୍ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe