ଉତ୍ତରପ୍ରଦେଶରେ ଶୀତ ଲହରୀ ୨୪ ଘଣ୍ଟାରେ ୪୦ ମୃତ

ଉତ୍ତରପ୍ରଦେଶରେ ଶୀତ ଲହରୀ ୨୪ ଘଣ୍ଟାରେ ୪୦ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଅଧିକାଂଶ ସ୍ଥାନରେ ଶୀତ ଲହରୀ ହେତୁ ୨୪ ଘଣ୍ଟାରେ ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ସକାଳ ସମୟରେ ରାଜ୍ୟ ରାଜଧାନୀ ସମେତ ପଡୋଶୀ ଅଞ୍ଚଳଗୁଡ଼ିକରେ କୁହୁଡ଼ି ହେତୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ମିରଟ୍‌ରେ ତାପାମାତ୍ରା ୨.୯ ଡିଗ୍ରୀ ସେଲସିୟସ ଥିବାବେଳେ ଏଠାରେ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହେଉଛି। ସେହିପରି ଲକ୍ଷ୍ନୌରେ ମଧ୍ୟ ତାପମାତ୍ରା ୪.୮ ଡିଗ୍ରୀ ସେଲସିୟସ ରହିଛି। ଘନ କୁହୁଡ଼ି ହେତୁ ଅନେକ ଟ୍ରେନ୍‌ ବାତିଲ କରିଦିଆଯାଇଛି ଏବଂ ଅନେକ ଟ୍ରେନ୍‌ ମଧ୍ୟ ବିଳମ୍ବରେ ଚାଲୁଛି। ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ରାଜଧାନୀରେ ସ୍କୁଲ୍‌ଗୁଡ଼ିକରେ ଶୀତକାଳୀନ ଛୁଟି ବୃଦ୍ଧି ପାଇବ। ଘନ କୁହୁଡ଼ି ହେତୁ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। କାନପୁର, ଫତେପୁର, କନୌଜ, ପିଲିଭିଟ୍‌, ମୋରାଦାବାଦ୍‌, ସମ୍ଭାଲ, ଅମରୋହା, ରାମପୁର. ହମିରପୁର, ଆଜମଗଡ଼, ଘାଜିପୁର ଏବଂ ବାଲିଆରେ ସର୍ବାଧିକ ମୃତ୍ୟୁ ରିପୋର୍ଟ କରାଯାଇଛି। ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଆସନ୍ତା ସୋମବାର ପର୍ଯ୍ୟନ୍ତ ଏମିତି ଥଣ୍ଡା ଲାଗି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe