ନୂଆଦିଲ୍ଲୀ: ଶୀତ ଅଧିବେଶନର ଦଶମ ଦିନରେ ଆଜି ଲୋକସଭାରେ ପ୍ରଥମେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବରାଜ ପାଟିଲଙ୍କ ବିୟୋଗରେ ଶୋକପ୍ରକାଶ କରାଯାଇଥିଲା ଏବଂ ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ୨୦୦୧ ଡିସେମ୍ବର ୧୩ ତାରିଖରେ ସଂସଦ ଉପରେ ହୋଇଥିବା ଆକ୍ରମଣରେ ସହିଦ ଯବାନଙ୍କୁ ଉଭୟ ଗୃହରେ ସମ୍ମାନ ଜ୍ଞାପନ କରାଯାଇଥିଲା। ରାଜ୍ୟସଭାରେ ଆଜି ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ରାଜ୍ୟସଭା କାର୍ଯ୍ୟ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରହିଥିଲା। ସହିଦ ସୁରକ୍ଷା କର୍ମୀଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ବିରୋଧୀ ସାଂସଦମାନେ ଗୃହରେ କୌଣସି ଜଣେ ହେଲେ କ୍ୟାବିନେଟ୍ ମନ୍ତ୍ରୀ ଉପସ୍ଥିତ ନଥିବା ଦେଖିଥିଲେ। ଏହାପରେ ସେମାନେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଉପସ୍ଥିତି ଦାବି କରିଥିଲେ। ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ୫ ମିନିଟ୍ ଅପେକ୍ଷା କରିବାପରେ ଗୃହକାର୍ଯ୍ୟ ୧୦ ମିନିଟ୍ ପାଇଁ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ। ଗୃହକାର୍ଯ୍ୟ ପୁଣିଥରେ ଆରମ୍ଭ ହେବାପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଗୃହରେ କୌଣସି କ୍ୟାବିନେଟ୍ ମନ୍ତ୍ରୀଙ୍କ ଉପସ୍ଥିତି ନଥିବାରୁ ଦୁଃଖ ପ୍ରକାଶ କରିଥିଲେ।
Indian Railways: ତାଳଚେର-ବିମଳାଗଡ଼ ନୂତନ ରେଳପଥର ୩୪କିମି ସେକ୍ସନ କାର୍ଯ୍ୟକ୍ଷମ
ଆଜି ଲୋକସଭା କାର୍ଯ୍ୟ ସ୍ବାଭାବିକ ରହିଥିବା ବେଳେ ସରକାର ଗୃହରେ ସୂଚନା ଦେଇଛନ୍ତି ଯେ ଅରୁଣାଚଳ ପ୍ରଦେଶର ଜଣେ ମହିଳାଙ୍କୁ ସାଂଘାଇ ବିମାନବନ୍ଦରରେ ଯେଭଳି ହଟହଟା କରାଯାଇଥିଲା ସରକାର ତାହାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ଚୀନ୍କୁ ପୁଣିଥରେ ଭାରତ ଏହା ସ୍ପଷ୍ଟ କରିଦେଇଛି ଯେ ଅରୁଣାଚଳପ୍ରଦେଶ ହେଉଛି ଭାରତର ଅବିଚ୍ଛେଦ୍ୟ ଅଂଶ। ସାଂସଦ ସୁଧା ମୂର୍ତ୍ତି ଆଜି ରାଜ୍ୟସଭାରେ ଏକ ପ୍ରସ୍ତାବ ଆଣି ୩ରୁ ୬ ବର୍ଷ ମଧ୍ୟରେ ପିଲାମାନଙ୍କ ପାଇଁ ମୁକ୍ତ ଏବଂ ବାଧ୍ୟତାମୂଳକ ଇସିସିଇ (ଆର୍ଲି ଚାଇଲ୍ଡହୁଡ୍ କେୟାର ଆଣ୍ଡ ଏଜୁକେସନ୍) ସୁନିଶ୍ଚିତ କରିବାପାଇଁ ଏକ ସାମ୍ବିଧାନିକ ସଂଶୋଧନ ଆଣିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହି ପ୍ରସଙ୍ଗରେ ଆଜି ରାଜ୍ୟସଭାରେ ଆଲୋଚନା ମଧ୍ୟ ହୋଇଛି। ଅଙ୍ଗନବାଡ଼ି ଯୋଜନାକୁ ୫୦ ବର୍ଷ ପୂର୍ତ୍ତି ଅବସରରେ ସୁଧା ମୂର୍ତ୍ତି ଅଙ୍ଗନବାଡ଼ି କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ପ୍ରସ୍ତାବ ଆଣିଥିଲେ।
Education And Health: ଭଦ୍ରକରେ ପ୍ରତିଷ୍ଠା ହେବ ବିଶ୍ବବିଦ୍ୟାଳୟ, ମେଡିକାଲ କଲେଜ୍!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/13/dgadgzcvc-2025-12-13-03-02-48.jpg)