Winter session of Parliament: ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡିସେମ୍ବର ପହିଲାରୁ ୧୯ ପର୍ଯ୍ୟନ୍ତ ସଂସଦର ଶୀତକାଳୀନ ଅଧିବେଶନ ଡକାଇବାକୁ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଶନିବାର ଏହି ଘୋଷଣା କରିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡିସେମ୍ବର ପହିଲାରୁ ୧୯ ପର୍ଯ୍ୟନ୍ତ ସଂସଦର ଶୀତକାଳୀନ ଅଧିବେଶନ ଡକାଇବାକୁ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଶନିବାର ଏହି ଘୋଷଣା କରିଛନ୍ତି।

parliament

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡିସେମ୍ବର ପହିଲାରୁ ୧୯ ପର୍ଯ୍ୟନ୍ତ ସଂସଦର ଶୀତକାଳୀନ ଅଧିବେଶନ ଡକାଇବାକୁ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଶନିବାର ଏହି ଘୋଷଣା କରିଛନ୍ତି। ତେବେ ବିରୋଧୀ ଦଳମାନେ ଅସ୍ୱାଭାବିକ ବିଳମ୍ବ ଓ ସଂକ୍ଷିପ୍ତ ଅଧିବେଶନ ପାଇଁ ସରକାରଙ୍କୁ ସମାଲୋଚନା କରିଛନ୍ତି।

ଏକ୍ସରେ ଏହି ଘୋଷଣା କରି ରିଜିଜୁ କହିଛନ୍ତି, ଆମେ ଏକ ଗଠନମୂଳକ ଓ ଅର୍ଥପୂର୍ଣ୍ଣ ଅଧିବେଶନକୁ ଅପେକ୍ଷା କରିଛୁ ଯାହା ଆମର ଗଣତନ୍ତ୍ରକୁ ମଜଭୁତ କରିବ ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବ। ୧୯ ଦିନିଆ ଅଧିବେଶନରେ ମୋଟ ୧୫ଟି ବୈଠକ ଅନୁଷ୍ଠିତ ହେବ। ସଂସଦର ଅନ୍ୟ ଅଧିବେଶନ ତୁଳନାରେ ଏହା ଏକ ଛୋଟ ଅଧିବେଶନ ହେବ। କଂଗ୍ରେସ ସାଂସଦ ଜୟରାମ ରମେଶ ବିଳମ୍ବ ଓ ଛୋଟ ଅଧିବେଶନକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ମାତ୍ର ୧୫ ଦିନରେ କି ଆଲୋଚନା ହେବ ଓ ଏଥିରେ କ’ଣ ବାର୍ତ୍ତା ଦିଆଯାଉଛି?

ସ୍ପଷ୍ଟ ଭାବରେ ସରକାର କୌଣସି ବିତର୍କକୁ ଅନୁମତି ଦେବା ମତଲବରେ ନାହାନ୍ତି। ତୃଣମୂଳ କଂଗ୍ରେସ ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଏନ୍ ସରକାର ସଂସଦୀୟ ଉତ୍ତରଦାୟିତ୍ୱରୁ ଦୂରେଇ ଯାଉଛନ୍ତି ବୋଲି ଅଭିଯୋଗ କରି କହିଛନ୍ତି ଯେ ସରକାର ଗୃହରେ ଆଲୋଚନା ଓ ଯାଞ୍ଚର ସମ୍ମୁଖୀନ ହେବାକୁ ଡରୁଛନ୍ତି। ଗତବର୍ଷର ଶୀତକାଳୀନ ଅଧିବେଶନ ନଭେମ୍ବର ୨୫ରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିଥିଲା। ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି ଯେ, ବିହାର ବିଧାନସଭା ନିର୍ବାଚନ ଫଳାଫଳର ପ୍ରଭାବ ଅଧିବେଶନ ସମୟରେ ଦୃଶ୍ୟମାନ ହେବାର ସମ୍ଭାବନା ରହିଛି।

ବିଶେଷକରି ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍‌ଆଇଆର୍‌)ର ଦ୍ୱିତୀୟ ପର୍ଯ୍ୟାୟ ସହ ଜଡ଼ିତ ପ୍ରସଙ୍ଗକୁ ନେଇ ବିରୋଧୀ ଦଳମାନେ ଜୋର୍‌ଦାର ବିରୋଧ କରିବା ସମ୍ଭାବନା ରହିଛି। ଭୋଟର ତାଲିକାରେ ଅନିୟମିତତାକୁ ନେଇ ବିରୋଧୀ ମଧ୍ୟ ଚିନ୍ତା ପ୍ରକଟ କରିପାରନ୍ତି। ଇତିମଧ୍ୟରେ ସରକାର ୧୨୯ତମ ଓ ୧୩୦ତମ ସାମ୍ବିଧାନିକ ସଂଶୋଧନ ବିଲ୍, ପବ୍ଲିକ୍ ଟ୍ରଷ୍ଟ ବିଲ୍ ଏବଂ ଦେବାଳିଆ ବିଲ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କରିବାକୁ ଚାପ ପକାଇବେ ବୋଲି ଆଶା କରାଯାଉଛି। ଶେଷଥର ପାଇଁ ୨୦୧୩ ମସିହାରେ ଶୀତକାଳୀନ ଅଧିବେଶନ ଡିସେମ୍ବର ୫ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ମାତ୍ର ୧୪ ଦିନ ଧରି ଚାଲିଥିଲା, ଯେଉଁଥିରେ ମାତ୍ର ୧୧ଟି ବୈଠକ ଅନୁଷ୍ଠିତ ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe