Image Source: India Today
ନୂଆଦିଲ୍ଲୀ: ନଭେମ୍ବର ୧୮ରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ ବୋଲି ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଘୋଷଣା କରିଛି। ଆସନ୍ତା ଶୀତ ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍ ପାସ୍ ହେବାକୁ ଥିବାବେଳେ ଦୁଇଟି ଗୁରୁତ୍ବପୂର୍ଣ୍ଣ ଅଧ୍ୟାଦେଶ ଆଇନ୍ରେ ପରିଣତ ହେବ। ସେହି ଅଧ୍ୟାଦେଶ ଦୁଇଟି ହେଲା କର୍ପୋରେଟ୍ ଟିକସ ହ୍ରାସ ଓ ଇ-ସିଗାରେଟ୍ର ଉତ୍ପାଦନ ଓ ବିକ୍ରୟକୁ ବନ୍ଦ କରିବା। ଏଥିସହିତ ଶୀତ ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ ହେବ ବୋଲି ଜଣାଯାଇଛି।
Follow Us