ଘୋଡ଼ାଚଢ଼ି ବାହା ହେବାକୁ ୩୫୦ ପୁଲିସଙ୍କ ସୁରକ୍ଷାରେ ପଟୁଆର ନେଇ ଇତିହାସ ସୃଷ୍ଟି କଲେ ଦଳିତ ବର

Advertisment
ଘୋଡ଼ାଚଢ଼ି ବାହା ହେବାକୁ ୩୫୦ ପୁଲିସଙ୍କ ସୁରକ୍ଷାରେ ପଟୁଆର ନେଇ ଇତିହାସ ସୃଷ୍ଟି କଲେ ଦଳିତ ବର

କସଗଞ୍ଜ: ରବିବାର ଦିନ ଉତ୍ତର ପ୍ରଦେଶର କସଗଞ୍ଜ ଜିଲ୍ଲା ଅନ୍ତର୍ଗତ ନିଜାମପୁର ନିବାସୀ ଦଳିତ ସମ୍ପ୍ରଦାୟର ବର ସଞ୍ଜୟ ଜାତବ ୩୫୦ ପୁଲିସ ଫୋର୍ସ ଏବଂ ପ୍ରୋଭିନ୍‌ସିଆଲ୍‌ ଆର୍ମଡ୍‌ କନ୍‌ଷ୍ଟାବୁଲାରି ସାଙ୍ଗରେ ଧରି ଆକର୍ଷଣୀୟ ଶୋଭାଯାତ୍ରାରେ ବାହା ହେବାକୁ ଯାଇ ଇତିହାସ ସୃଷ୍ଟି କରିଛନ୍ତି।

କାରଣ ସେଠାରେ ଉଚ୍ଚଜାତିର ଠାକୁର ସମ୍ପ୍ରଦାୟ ଦଳିତମାନଙ୍କୁ ଘୋଡ଼ାଚଢ଼ି ବାହାହେବା ପାଇଁ ଯିବାକୁ ଅନୁମତି ଦେଇ ନ ଥାନ୍ତି। କିନ୍ତୁ ସମସ୍ତ ବାଦ ବିସମ୍ବାଦକୁ ଏଡ଼ାଇ ସଞ୍ଜୟ ଜାତବ ବିରାଟ ପଟୁଆର ଧରି ବାହାହେବାକୁ କନ୍ୟା ଘରକୁ ଆସିଥିଲେ।

ଜୁଲାଇ ୧୫ ତାରିଖ ଦିନ ଅପରାହ୍ଣରେ ୨୭ ବର୍ଷିୟ ଯାତବ ୧୦୦୦ ଅତିଥିଙ୍କ ଗହଣରେ ଘୋଡ଼ାଚଢ଼ି ହଥ୍ରାସର କନ୍ୟା ଶୀତଳଙ୍କୁ ବାହାହେବାକୁ ପହଞ୍ଚିଥିଲେ।

ଜାତବ ଗତ ଏପ୍ରିଲ୍‌ ୨୦ ତାରିଖରେ ବାହା ହେବାର ଥିଲା, କିନ୍ତୁ କେତେକ ଗାଁର କେତେକ ଖଳ ସ୍ୱଭାବର ଲୋକ ବାହାଘର ଶୋଭାଯାତ୍ରାକୁ ବିରୋଧ କରିବା ସହ ଜାତବଙ୍କୁ ଧମକ ଦେଇଥିଲେ। ସେମାନେ କହିଥିଲେ କି, ଦଳିତମାନେ ଘୋଡ଼ାଚଢ଼ି ବାହାଘର ପଟୁଆର ନେଇ ଯାଇଥିଲେ।
ଆଇନ ଛାତ୍ର ଜାତବ କହନ୍ତି ଯେ ସେ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଫେରାଦ ହୋଇ ସବୁକଥା କହିଲେ। ଶେଷରେ ପ୍ରବଳ ପୁଲିସ ସୁରକ୍ଷାରେ ବାହାଘର ସମ୍ପାଦନ ହେଲା।

ସେ କହନ୍ତି: ୧୦-୧୨ ବର୍ଷ ତଳେ ମୋ ସମ୍ପର୍କୀୟ ଭାଇ ଏଇ ଗାଁ’ରେ ବାହା ହୋଇଥିଲେ। ଉଚ୍ଚ ଜାତିର ଲୋକେ ତାଙ୍କୁ ଶୋଭାଯାତ୍ରାରେ ଯିବାକୁ ବି ଅନୁମତି ଦେଇ ନ ଥିଲେ। କିନ୍ତୁ, ମୋ ବାହାଘର ସ୍ଥିର ହେବା ପରେ ମୁଁ ଘୋଡ଼ାରେ ଚଢ଼ି ଯିବାକୁ ଚାହିଁବାରୁ ଖଳଲୋକମାନେ ମତେ ଧମକଚମକ ଦେଇଥିଲେ।

ବିବାହସ୍ଥଳୀରେ ଜାତବ ବନ୍ଧୁ ଓ ପରିବାର ନେଇ ପହଞ୍ଚିଥିଲେ। କେତେକ ସ୍ଥାନୀୟ ରାଜନେତା ଓ ବିଧାୟକ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

୧୮ ବର୍ଷୀୟ କନ୍ୟା ଶୀତଳ ଏଥିରେ ଖୁସି ହୋଇଥିଲେ ମଧ୍ୟ ତାଙ୍କର ଆଶଙ୍କା ଭବିଷ୍ୟତରେ ଏଥି ପାଇଁ ଉଚ୍ଚ ଜାତିର ଲୋକେ ତାଙ୍କର କିଛି ଅନିଷ୍ଟ କରିପାରନ୍ତି।

କସଗଞ୍ଜ ସବ୍‌-ଡିଭିଜ୍‌ନାଲ୍‌ ମାଜିଷ୍ଟ୍ରେଟ୍‌ ଦେବେନ୍ଦ୍ର ପ୍ରତାପ ସିଂହ କହନ୍ତି: ଛଅଟି ଥାନାରୁ ୩୫୦ରୁ ଅଧିକ ପୁଲିସଙ୍କ ସହ ପିଏସି ଯବାନ ଏବଂ ଜଣେ ଏଏସ୍‌ପି ଏବଂ ଦୁଇ ଜଣ ସର୍କଲ୍‌ ଅଧିକାରୀ ବିବାହ ପଟୁଆର ସମୟରେ ଦଳିତ ପରିବାରଙ୍କୁ ସୁରକ୍ଷା ଦେଇଥିଲେ। କୌଣସି ଅପ୍ରୀତିକର ପରିସ୍ଥିର ମୁକାବିଲା କରିବାକୁ ବରଯାତ୍ରୀ ପଟୁଆର ଯାଉଥିବା ବାଟରେ ଥିବା ଘରର ଛାତଗୁଡ଼ିକ ଉପରେ ମୁତୟନ ହୋଇଥିଲେ ସଶସ୍ତ୍ର ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe