ପାଞ୍ଚ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦେଇ ନୂଆ ରେକର୍ଡ କରିବାକୁ ଯାଉଛନ୍ତି ଆନ୍ଧ୍ରର ଜଗନ ମୋହନ ରେଡ୍ଡୀ

Advertisment
ପାଞ୍ଚ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦେଇ ନୂଆ ରେକର୍ଡ କରିବାକୁ ଯାଉଛନ୍ତି ଆନ୍ଧ୍ରର ଜଗନ ମୋହନ ରେଡ୍ଡୀ

Image Source: Hindustan Times

ଅମରାବତୀ: ଓ୍ଵାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ତଥା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ଵାଇଏସ୍‌ ଜଗନ ମୋହନ ରେଡ୍ଡୀ ଶନିବାର ଶପଥ ଗ୍ରହଣ କରିବାକୁ ଥିବା ତାଙ୍କ କ୍ୟାବିନେଟ୍‌ରେ ପାଞ୍ଚ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏ ଭଳି ନିଷ୍ପତ୍ତି ଦେଶରେ ପ୍ରଥମ।

ଶୁକ୍ରବାର ଦିନ ଅମରାବତୀର ତଡ଼େପାଲ୍ଲୀସ୍ଥିତ ତାଙ୍କ ବାସଭବନ ଓ ଦଳୀୟମୁଖ୍ୟାଳୟ ଠାରେ ଆୟୋଜିତ ଓ୍ଵାଇଏସ୍‌ଆର୍‌ସିର ବିଧାୟକ ଦଳ ବୈଠକରେ ଜଗନ ରେଡ୍ଡୀ କହିଲେ ଯେ ଶନିବାର ଦିନ ସେ ପୂର୍ଣ୍ଣ-କ୍ଷମ କ୍ୟାବିନେଟ୍‌ ଗଠନ କରିବେ। ସେମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ମିଳିବ। ସେମାନେ ସଂରକ୍ଷିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆବର୍ଗ, ସଂଖ୍ୟାଲଘୁ ଏବଂ କାପୁ ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରିବେ।

ସେ ଆହୁରି ମଧ୍ୟ ଘୋଷଣା କରିଛନ୍ତି କି, କ୍ୟାବିନେଟ୍‌ର ୫୦ ପ୍ରତିଶତ ବର୍ଥ ପୂର୍ଣ୍ଣ କରିବେ ସଂରକ୍ଷିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ସଂପ୍ରଦାୟର ବିଧାୟକମାନେ। ଏହାଦ୍ୱାରା ସାମାଜିକ ନ୍ୟାୟରୁ ବଞ୍ଚିତ ସମ୍ପ୍ରଦାୟମାନେ ନ୍ୟାୟ ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe