ମଳଦ୍ୱାରରେ ୧ କିଲୋ ସୁନା ଲୁଚାଇଥିବା ବ୍ୟକ୍ତି ଜୟପୁର ବିମାନ ବନ୍ଦରରୁ ଗିରଫ

Advertisment
ମଳଦ୍ୱାରରେ ୧ କିଲୋ ସୁନା ଲୁଚାଇଥିବା ବ୍ୟକ୍ତି ଜୟପୁର ବିମାନ ବନ୍ଦରରୁ ଗିରଫ

ଜୟପୁର: ମଳଦ୍ୱାରରେ ସୁନା ଲୁଚାଇ ଦେଶ ମଧ୍ୟକୁ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଜୟପୁର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଜଣେ ୩୦ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ମଙ୍ଗଳବାର ଦିନ କଷ୍ଟମ୍‌ସ୍‌ ଅଧିକାରୀମାନେ କହିଛନ୍ତି।

ପଙ୍କଜ ସାଦୁଓ୍ଵାନି ନାମକ ଉକ୍ତ ବ୍ୟକ୍ତିଙ୍କର ଅସ୍ୱାଭାବିକ ଆଚରଣ ଦେଖି ରବିବାର ରାତିରେ କଷ୍ଟମ୍‌ସ୍‌ କର୍ମଚାରୀମାନେ ତାଙ୍କୁ ବିମାନ ବନ୍ଦରରେ ଥିବା ହାଜତକୁ ନେଇଥିଲେ। ସେ ଥାଇ ଏୟାରେଓ୍ଵଜ୍‌ର ବିମାନରୁ ଅବରତଣ କରିଥିଲେ ବୋଲି ସହକାରୀ କଷ୍ଟମ୍‌ସ୍‌ କମିସନର୍‌ ହୋସିୟାର୍‌ ସିଂହ କହିଛନ୍ତି।

ପଚରା ଉଚୁରା ସମୟରେ ସାଦୁଧ୍ୱାନି କହିଛନ୍ତି ଯେ ସେ ପ୍ରାୟ ଏକ କିଲୋ ଓଜନର ୬ ଖଣ୍ଡ ସୁନା ମଳଦ୍ୱାରରେ ଲୁଚାଇଛନ୍ତି।

ପରେ ପରେ ତାଙ୍କୁ ଗିରଫ କରାଯିବା ସହ ସୁନା ଉଦ୍ଧାର କରାଯାଇଥିଲା।

ଅଧିକାରୀମାନେ କହିଛନ୍ତି ଯେ ଗ୍ୟାଙ୍ଗ୍‌ର ପରିଚାଳକ ବିମାନ ବନ୍ଦର ବାହାରେ ଅପେକ୍ଷାରତ ଜଣେ ଗ୍ରାହକଙ୍କ ଫଟୋ ଉକ୍ତ ଚୋରା ଚାଲାଣକାରୀଙ୍କୁ ଦେଇଥାଆନ୍ତି। ଚୋରା ଚାଲାଣକାରୀ କେବଳ ସେହି ଲୋକଟିକୁ ହିଁ ସୁନା ହସ୍ତାନ୍ତର କରନ୍ତି।

ସାଦୁଓ୍ଵାନିଙ୍କୁ ଆହୁରି ଅଧିକ ପଚରା ଉଚୁରା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe