ସାପ ଓ ବେଙ୍ଗ ମେଳରେ ୧୦୪ ଘଣ୍ଟା ବିତାଇ ଥିବା ରାହୁଲ୍‌କୁ ବାହାଦୁର୍‌ ବାଳକ କହି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ବଘେଲ୍‌

Advertisment
ସାପ ଓ ବେଙ୍ଗ ମେଳରେ ୧୦୪ ଘଣ୍ଟା ବିତାଇ ଥିବା ରାହୁଲ୍‌କୁ ବାହାଦୁର୍‌ ବାଳକ କହି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ବଘେଲ୍‌

ରାୟପୁର: ଆମ ପିଲା ଭାରି ସାହସୀ କହି ଗୋଟାଏ ସାପ ଓ ଗୋଟାଏ ବେଙ୍ଗ ସହିତ ୧୦୪ ଘଣ୍ଟା କାଳ ବୋର୍‌ୱେଲ୍‌ରେ ଫସି ରହିଥିବା ୧୧ ବର୍ଷିୟ ବାଳକ ରାହୁଲ୍‌ ସାହୁକୁ ମଙ୍ଗଳବାର ବିଳମ୍ବିତ ରାତ୍ରରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌ ପ୍ରଶଂସା କରି କହିଛନ୍ତି।

ଭିଡିଓ ସହିତ ହିନ୍ଦୀ ଭାଷାରେ ଟୁଇଟ୍‌ କରି ସେ ଲେଖିଛନ୍ତି: ଆମ ପିଲା ବଡ଼ ସାହସୀ। ବୋର୍‌ୱେଲ୍‌ ଭିତରେ ତା’ ସହିତ ୧୦୪ ଘଣ୍ଟା କାଳ ରହିଥିଲେ ଗୋଟାଏ ସାପ ଓ ଗୋଟାଏ ବେଙ୍ଗ। ଆଜି ସମଗ୍ର ଛତିଶଗଡ଼ ଉତ୍ସବ ମୁଖରିତ। ଖୁବ୍‌ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରି ଆସୁ। ଆମ ସମସ୍ତଙ୍କର ଶୁଭକାମନା। ଏହି ଅଭିଯାନରେ ସାମିଲ ହୋଇଥିବା ସବୁ ଟିମ୍‌କୁ ପୁଣି ଥରେ ଅଭିନନ୍ଦନ ଓ ଧନ୍ୟବାଦ।

publive-image Image Courtesy of PiPa News

ପିଲାଟିକୁ ବାହାର କରି ଆଣାଯିବା ପରେ ଅନ୍ୟ ଗୋଟାଏ ପୋଷ୍ଟ୍‌ରେ ସେ ଲେଖିଥିଲେ: ବୁଝି ପାରୁଛି, ଆହ୍ବାନ୍‌ ଥିଲା ଖୁବ୍‌ ବଡ଼। କିନ୍ତୁ, ପ୍ରତିକୂଳ ପରିସ୍ଥିତିରେ ବି ଆମ ଟିମ୍‌ ଅବିଚଳିତ ଥିଲେ। ଉଦ୍ଧାର ଉପାୟ କଠିନ ଥିଲେ ବି ଆମର ଇଚ୍ଛାଶକ୍ତି ଥିଲା ଦୃଢ଼। ଈଶ୍ବରଙ୍କ କୃପା ଏବଂ ଉଦ୍ଧାରକାରୀ ଟିମ୍‌ର ଉତ୍ସର୍ଗୀକୃତ ଉଦ୍ୟମ ବଳରେ ରାହୁଲ୍‌ ସାହୁକୁ ବାହାର କରାଗଲା। ସେ ଶୀଘ୍ର ସୁସ୍ଥ ହୋଇଯିବ ବୋଲି ଆମର ଆଶା ଓ ପ୍ରାର୍ଥନା।

publive-image Image Courtesy of News Jani

ଉଲ୍ଲେଖଯୋଗ୍ୟ, ‘ନ୍ୟାସ୍‌ନାଲ୍‌ ଡିଜା‌ଷ୍ଟର୍‌ ରେସ୍‌ପନ୍ସ୍‌ ଫୋର୍ସ’ (ଏନ୍‌ଡିଆର୍‌ଏଫ୍‌) କର୍ମଚାରୀ, ସେନା ଏବଂ ସ୍ଥାନୀୟ ପୁଲିସଙ୍କ ସମେତ ପ୍ରାୟ ୫୦୦ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ।

ଘର ପାଖରେ ଖେଳୁଥିବା ବେଳେ ଶୁକ୍ରବାର ଦିନ ୧୧ ବର୍ଷିୟ ରାହୁଲ୍‌ ସାହୁ ଉକ୍ତ ୮୦ ଫୁଟ୍‌ ଗଭୀର ପରିତ୍ୟକ୍ତ ତଥା ଅଘୋଡ଼ା ବୋର୍‌ୱେଲ୍‌ ମଧ୍ୟକୁ ଖସିପଡ଼ିଥିଲା।

ଘଟଣାସ୍ଥଳରୁ ଭିଡିଓ କଲ୍‌ ଜରିଆରେ ମୁଖ୍ୟମନ୍ତ୍ରୀ ବଘେଲ୍‌ ଉଦ୍ଧାର କାର୍ଯ୍ୟ ସମ୍ବନ୍ଧରେ ସଦ୍ୟତମ ସୂଚନା ସଂଗ୍ରହ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe