ଚୀନ୍‌କୁ ମୁକାବିଲା କରିବା ପାଇଁ ଆମେରିକା ସହଯୋଗରେ ଡ୍ରୋନ୍‌ ନିର୍ମାଣ କରିବ ଭାରତ

Advertisment
ଚୀନ୍‌କୁ ମୁକାବିଲା କରିବା ପାଇଁ ଆମେରିକା ସହଯୋଗରେ ଡ୍ରୋନ୍‌ ନିର୍ମାଣ କରିବ ଭାରତ

Image Courtesy of ABS-CBN News

ୱାସିଂଟନ୍‌: ଚୀନ୍‌କୁ ମୁକାବିଲା କରିବା ଲାଗି ଆମେରିକା ଓ ଭାରତ ମିଳିତ ଭାବେ ଡ୍ରୋନ୍‌ ନିର୍ମାଣ କରିବେ ବୋଲି ଗୁରୁବାର ଦିନ ‘ପେଣ୍ଟାଗନ୍‌’ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଡ୍ରୋନ୍‌ ନିର୍ମାଣ କରି ଭାରତ ସେ ଅଞ୍ଚଳରେ ଥିବା ଅନ୍ୟାନ୍ୟ ଦେଶକୁ ରପ୍ତାନି କରିବ। ମୁଖ୍ୟତଃ ରୁଷ୍‌ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ଭାରତ ତା’ର ଅସ୍ତ୍ରଶସ୍ତ୍ର ଭଣ୍ଡାର ସମ୍ପ୍ରସାରଣ କରିବାକୁ ଚାହେଁ। ସେଥିପାଇଁ ସେ ନିଜସ୍ବ ପ୍ରତିରକ୍ଷା ଶିଳ୍ପ ବିକାଶ କରିବାକୁ ଇଚ୍ଛୁକ।

ଦଳେ ସାମ୍ବାଦିକ ଏବଂ ପ୍ରତିରକ୍ଷା ବିଶେଷଜ୍ଞଙ୍କୁ ‘ଇଣ୍ଡୋ-ପାସିଫିକ୍‌ ସିକ୍ୟୁରିଟି ଆଫେୟାର୍ସ’ର ସହକାରୀ ସଚିବ ଥିବା ଏଲଇ ରାଟ୍‌ନର୍‌ ନାମକ ଉକ୍ତ ବରିଷ୍ଠ ସେନା ଅଧକାରୀ କହିଛନ୍ତି, ଉଭୟ କ୍ଷେତ୍ରରେ ଆମେ ଭାରତକୁ ସହଯୋଗ କରିବାକୁ ଚାହୁଁଛୁ ଏବଂ କରୁଛୁ ମଧ୍ୟ। ବାସ୍ତବ କ୍ଷେତ୍ରରେ ଦେଖିଲେ, ଭାରତର ନିଜସ୍ବ ଆଧୁନିକୀକରଣ ଲକ୍ଷ୍ୟ ହାସଲରେ ସହଯୋଗ ନିମନ୍ତେ ପ୍ରତିରକ୍ଷା ସାମର୍ଥ୍ୟ ବୃଦ୍ଧି ନିମନ୍ତେ ଆମେ ଭାରତ ସଙ୍ଗରେ ମିଳିତ ଭାବେ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରିବୁ।

publive-image Image Courtesy of Idrw.org

ସୁଲଭ ମୂଲ୍ୟରେ ଦକ୍ଷିଣ ଓ ଦକ୍ଷିଣପୂର୍ବ ଏସିଆ ସମେତ ସେ ଅଞ୍ଚଳରେ ଥିବା ଆମର ସହଯୋଗୀ ରାଷ୍ଟ୍ରମାନଙ୍କୁ ଭାରତ ଉତ୍ପାଦିତ ଅସ୍ତ୍ରଶସ୍ତ୍ର ସବୁ ରପ୍ତାନି କରି ପାରିବ।

ବିମାନ ଓ ଆଣ୍ଟି-ଡ୍ରୋନ୍‌ ପ୍ରତିରକ୍ଷା ବ୍ୟବସ୍ଥାରୁ ଛଡ଼ା ଯିବା ଭଳି ଡ୍ରୋନ୍‌ ନିର୍ମାଣର ସମ୍ଭାବନା ଅଛି ବୋଲି ମଧ୍ୟ ରାଟ୍‌ନର୍‌ କହିଛନ୍ତି। ସେ କହିଛନ୍ତି ଯେ, ଏଥିପାଇଁ ଆମେ ଭାରତ ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରୁଛୁ। ଖୁବ୍‌ ଶୀଘ୍ର ଏ ସଂକ୍ରାନ୍ତରେ ଆମେ ଘୋ‌ଷଣା କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe