୬ ମାସରୁ କମ୍‌ ଚାକିରି ଥିଲେ ସିବିଆଇ ମୁଖ୍ୟ ହୋଇପାରିବେନି: ପ୍ରଧାନ ବିଚାରପତି

Advertisment

ରାକେଶ ଆସ୍ଥାନା, ଵାଇ ସି ମୋଦୀଙ୍କ ନାମ ବାଦ୍‌ ପଡ଼ିଲା

ରାକେଶ ଆସ୍ଥାନା, ଵାଇ ସି ମୋଦୀଙ୍କ ନାମ ବାଦ୍‌ ପଡ଼ିଲା

ଅନଲାଇନ୍‌ରେ ଶିଶୁଙ୍କୁ ଯୌନ ଶୋଷଣ: ଓଡ଼ିଶାରେ ସିବିଆଇ ଚଢ଼ଉ, ୨୩ ମାମଲାରେ ୮୩ ଅଭିଯୁକ୍ତ, ୫୦ ଅଟକ

Image Courtesy of Hindustan Times

ନୂଆଦିଲ୍ଲୀ: ଦେଶର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ନିର୍ଦ୍ଦେଶକ ଚୟନ ବେଳେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌ ଭି ରମଣା ଉଲ୍ଲେଖ କରିଥିବା ଏକ ପ୍ରାବଧାନ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଜଣଙ୍କର ଚାକିରିକାଳ ୬ ମାସରୁ କମ୍‌ ରହିଥିଲେ ତାଙ୍କୁ ଏପରି ଗୁରୁତ୍ବପୂର୍ଣ୍ଣ ପଦବିରେ ଅବସ୍ଥାପିତ କରାଇବା ଠିକ୍‌ ହେବନାହିଁ ବୋଲି ଜଷ୍ଟିସ ରମଣା କରିଥିବା ପରାମର୍ଶ ପୂର୍ବରୁ କେବେ ବି ଏଭଳି ଚୟନ ପ୍ରକ୍ରିୟାରେ ଉଠିନାହିଁ। ତେବେ ମାନ୍ୟବର ସର୍ବୋଚ୍ଚ ଅଦାଲତ ଅନୁରୂପ ଟିପ୍ପଣୀ କରିଥିବା ଦର୍ଶାଇ ସେ ଏପରି ଗୁରୁତ୍ବରୋପ କରିଥିବା କହିଥିଲେ ଏବଂ ତଦନୁସାରେ ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଥିଲା।

ସିବିଆଇର ନୂତନ ମୁଖ୍ୟ ବାଛିବା ପାଇଁ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଗତ ଫେବ୍ରୁଆରିରୁ ଖାଲି ପଡ଼ିଥିବା ଏହି ଗୁରୁତ୍ବପୂର୍ଣ୍ଣ ପଦବି ପାଇଁ ଚାରିଟି ସବୁଠୁ ବରିଷ୍ଠ ବ୍ୟାଚ୍‌(୧୯୮୪-୮୭) ଆଇପିଏସ୍‌ ଅଧିକାରୀଙ୍କ ମଧ୍ୟରୁ ଜଣଙ୍କୁ ବଛାଯିବା ବାଞ୍ଛନୀୟ। ଆଲୋଚନା ବେଳେ ଜଷ୍ଟିସ ରମଣା ଦେଇଥିବା ପରାମର୍ଶକ୍ରମେ ଜୁଲାଇ ୩୧ରେ ଅବସର ନେଉଥିବା ସୀମା ସୁରକ୍ଷା ବାହିନୀ ମୁଖ୍ୟ ରାକେଶ ଆସ୍ଥାନା ଏବଂ ଚଳିତ ମାସ ୩୧ ତାରିଖରେ ଅବସର ନେଉଥିବା ଜାତୀୟ ତଦନ୍ତ ସଂସ୍ଥା(ଏନ୍‌ଆଇଏ) ମୁଖ୍ୟ ଵାଇ ସି ମୋଦୀଙ୍କ ନାମକୁ ବାଦ୍‌ ଦେବାକୁ ପଡ଼ିଥିଲା। ପ୍ରଧାନମନ୍ତ୍ରୀଙ୍କ ଚୟନ କମିଟିର ସଦସ୍ୟ ଥିବା ଜଷ୍ଟିସ ରମଣା ଓ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରି ଅନ୍ୟ ତିନିଟି ପ୍ରସ୍ତାବ ଉପରେ ତର୍ଜମା କରିଥିଲେ। ଏହା ପରେ ମହାରାଷ୍ଟ୍ରର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ସୁବୋଧ କୁମାର ଜୈଶ୍ବାଲ, ସଶସ୍ତ୍ର ସୀମା ବଳର ମହାନିର୍ଦ୍ଦେଶକ କେ ଆର୍‌ ଚନ୍ଦ୍ର ଓ ଗୃହ ମନ୍ତ୍ରଣାଳୟର ସ୍ବତନ୍ତ୍ର ସଚିବ ଭିଏସ୍‌କେ କୌମୁଦି ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe