ଲକ୍‌ଡାଉନ୍‌! ତିନିମାସ ଧରି ବେତନ ପାଇ ନଥିବା ବ୍ୟକ୍ତି ନିଜର ଦୁଇ ଶିଶୁଙ୍କୁ କ୍ଷୀର ଯୋଗାଇବାରେ ଅସମର୍ଥ ହୋଇ ସେମାନଙ୍କୁ ଛାଡ଼ିଦେଲେ ରାଜରାସ୍ତାରେ...

Advertisment
ଲକ୍‌ଡାଉନ୍‌! ତିନିମାସ ଧରି ବେତନ ପାଇ ନଥିବା ବ୍ୟକ୍ତି ନିଜର ଦୁଇ ଶିଶୁଙ୍କୁ କ୍ଷୀର ଯୋଗାଇବାରେ ଅସମର୍ଥ ହୋଇ ସେମାନଙ୍କୁ ଛାଡ଼ିଦେଲେ ରାଜରାସ୍ତାରେ...

TOI

ନୂଆଦିଲ୍ଲୀ: କରୋନାଭାଇରସ୍‌ ବା କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ ସାଧାରଣ ଲୋକଙ୍କୁ ବହୁ କଷ୍ଟ ସହ ଅକଥନୀୟ ଯନ୍ତ୍ରଣା ଦେଇଛି। ଲକ୍‌ଡାଉନ କାରଣରୁ ଅନେକ ଚାକିର ହରାଇଥିବା ବେଳେ ଅନ୍ୟ କେତେକ ଅଛନ୍ତି ଯେଉଁମାନେ ମାସ ମାସ ଧରି ଦରମା ପାଇ ନାହାନ୍ତି।
ଏହି କ୍ରମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବା ପାଇଁ ମିଳିଛି ଖୋଦ୍‌ ଦେଶର ରାଜଧାନୀ ମହାନଗରୀ ଦିଲ୍ଲୀରେ। ଲକ୍‌ଡାଉନ କାରଣରୁ ଗତ ତିନିମାସ ଧରି ଦରମା ପାଇ ନ ଥିବା ଜଣେ ବ୍ୟକ୍ତି ତାଙ୍କର ଦୁଇ ଛୋଟ ପିଲାଙ୍କୁ ଦିଲ୍ଲୀର ରାଜରାସ୍ତା ଉପରେ ଛାଡ଼ିଦେଇ ଚାଲି ଯାଇଛନ୍ତି। ଏହି ଘଟଣାର ହୃଦୟ ବିଦାରକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଛୋଟ ପିଲାମାନେ ରାସ୍ତା ଉପରେ ବସି କାନ୍ଦୁଥିବା ଦେଖିବାକୁ ମିଳିଥିଲା। ପରେ ପୁଲିସ କର୍ମଚାରୀମାନେ ପିଲାମାନଙ୍କୁ ଥାନାକୁ ଆଣିବା ସହ ପରିବାର ଲୋକଙ୍କୁ ଖୋଜି ପିଲାମାନଙ୍କୁ ହସ୍ତାନ୍ତର କରିଥିଲେ।
ଘଟଣା ସଂପର୍କରେ ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ନିଜର ଜନ୍ମିତ ପିଲାମାନଙ୍କୁ ରାସ୍ତାଉପରେ ଛାଡ଼ି ଚାଲି ଯାଇଥିବା ବ୍ୟକ୍ତି ଜଣକ ରାଜଧାନୀର ଏକ ସମବାୟ ସମିତିରେ କିରାଣୀ ଭାବରେ କାର୍ଯ୍ୟ କରନ୍ତି। ସେ କହିଛନ୍ତି, ‘ମୁଁ ନିୟମିତ ଭାବେ ମୋର ପ୍ରଶାସନିକ ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରି ମୋର ଦରମା ମାଗିଥିଲି। କିନ୍ତୁ, କୌଣସି ସୁଫଳ ମିଳି ନଥିଲା। ମୋ ପିଲାମାନଙ୍କ ପାଇଁ କ୍ଷୀର କିଣିବାକୁ ମୋର ଟଙ୍କା ନଥିଲା। ମୁଁ ଆଉ ମୋର ଭୋକିଲା ପିଲାମାନଙ୍କ କଷ୍ଟକୁ ସହି ପାରିଲି ନାହିଁ। ତେଣୁ ମୁଁ ମୋ ପିଲାମାନଙ୍କୁ ଘର ବାହାରେ ଛାଡି ଚାଲିଗଲି। ଛୋଟ ପିଲାମାନେ କିପରି ରାସ୍ତାରେ ପହଞ୍ଚିଲେ ମୁଁ ଜାଣେ ନାହିଁ’ ବୋଲି ସେ ପୁଲିସକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe