Image Courtesy of Zee News
ଜୟସାଲମେର୍: ସର୍ଜିକାଲ୍ ଷ୍ଟ୍ରାଇକ୍ କରି ନରେନ୍ଦ୍ର ମୋଦୀ ସରକାର ଦେଶ ସୀମାନ୍ତରେ ହେଉଥିବା ଯେକୌଣସି ଅନୁପ୍ରବେଶର ତ୍ବରିତ ଠିକଣା ଜବାବ ଦେଉଛନ୍ତି ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।
ଆଜି ରାଜସ୍ଥାନର ଜୈସାଲମେର୍ରେ ‘ବିଏସ୍ଏଫ୍’ର ୫୭ତମ ‘ରାଇଜିଙ୍ଗ୍ ଡେ’ ପାଳନ ଅବସରରେ ଅଭିଭାଷଣ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆହୁରି ମଧ୍ୟ କହିଛନ୍ତି ଯେ, ସେନାକୁ ବିଶ୍ବର ଶ୍ରେଷ୍ଠ ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦେବା ହେଉଛି ସରକାରଙ୍କର ଗୁରୁତ୍ବପୂର୍ଣ୍ଣ ପ୍ରତିବଦ୍ଧତା। ଭାରତ ‘ଆଣ୍ଟି-ଡ୍ରୋନ୍ ଟେକ୍ନୋଲୋଜି’ ବିକାଶ କରୁଛି ଏବଂ ଖୁବ୍ ଶୀଘ୍ର ତାହା ନିରାପତ୍ତା ବଳଙ୍କୁ ଯୋଗାଇ ଦିଆଯିବ। କେନ୍ଦ୍ରୀୟ ନିରାପତ୍ତା ଏଜେନ୍ସିଙ୍କ କହିବା ଅନୁସାରେ, ୨୦୧୯ରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ପାକିସ୍ତାନ ପୋଷ୍ଟ୍ ଅଞ୍ଚଳର କେତେକ ସମ୍ବେଦନଶୀଳ ଅଞ୍ଚଳରେ ଡ୍ରୋନ୍ସ୍ ଏବଂ ଅଚିହ୍ନା ଉଡ଼ନ୍ତା ବସ୍ତୁ ଦେଖା ଦେଉଛି।
Image Courtesy of ANIସୂଚନାଯୋଗ୍ୟ, ପ୍ରଥମ ଥର ପାଇଁ ଜୟସାଲ୍ମେର୍ରେ ‘ବିଏସ୍ଏଫ୍’ର ‘ରାଇଜିଙ୍ଗ୍ ଡେ’ ପାଳନ କରାଯାଉଛି। ଏହି ଅବସରରେ ଗୃହମନ୍ତ୍ରୀ ସୀମା ସୁରକ୍ଷା ବଳ ଯବାନମାନଙ୍କୁ ପଦକ ପ୍ରଦାନ କରିଛନ୍ତି।
ଶନିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭାରତ-ପାକିସ୍ତାନ ଆନ୍ତର୍ଜାତିକ ସୀମାନ୍ତ ଅଞ୍ଚଳ ଅନ୍ତର୍ଗତ ରୋହିତାଶ ସୀମା ପରିଦର୍ଶନ କରି ‘ବିଏସ୍ଏଫ୍’ ଯବାନମାନଙ୍କୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ।
Follow Us