ଯୋଗୀ ପ୍ରଭାବ: ପ୍ରଥମ ଥର ପାଇଁ ବାର୍ଷିକ ଆଇଏଏସ୍‌ ସପ୍ତାହରେ ଆମିଷ ଛାଡ଼ି ବାବୁମାନେ ଖାଇଲେ ନିରାମିଷ

ଯୋଗୀ ପ୍ରଭାବ: ପ୍ରଥମ ଥର ପାଇଁ ବାର୍ଷିକ ଆଇଏଏସ୍‌ ସପ୍ତାହରେ ଆମିଷ ଛାଡ଼ି ବାବୁମାନେ ଖାଇଲେ ନିରାମିଷ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁଦ୍ଧ ଶାକାହାରୀ ବୋଲି ପ୍ରାୟ ସମସ୍ତଙ୍କୁ ଜଣା। ସେ ଆମିଷ ଖାଇବା ତ ଦୂରର କଥା ଛୁଅନ୍ତି ମଧ୍ୟ ନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଏବେ ସେହି ନିରାମିଷ ଖାଦ୍ୟ ପାଇଁ ବେଶ୍‌ ଚର୍ଚ୍ଚାରେ। ହଁ, ଯୋଗୀ ସରକାର କାହାକୁ ବି ନିରାମିଷ ଖୁଆଇ ପାରନ୍ତି ଆଉ ଏହା ଏକ ଅସମ୍ଭବ କଥା ମଧ୍ୟ ନୁହେଁ। ତେବେ, ଯୋଗୀଙ୍କ ନିରାମିଷ ଭକ୍ଷଣ ବ୍ରତ ପାଇଁ ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ପ୍ରତିବର୍ଷ ହେଉଥିବା ବାର୍ଷିକ ଆଇଏଏସ୍‌ ସପ୍ତାହରେ ଗୁରୁବାର ବଡ଼ ବଡ଼ ବାବୁମାନଙ୍କୁ ଆମିଷ ବଦଳରେ ନିରାମିଷ ରାତ୍ର ଭୋଜନ ପରଷା ଯାଇଛି। ଏଠାରେ ଜଣାଇ ଦେଉଛୁ ଯେ ପୂର୍ବ ବର୍ଷମାନଙ୍କରେ ବାର୍ଷିକ ଆଇଏଏସ୍‌ ସପ୍ତାହରେ ବାବୁମାନେ ମାଛ, ମାଂସ, କଙ୍କଡ଼ା ଆଦି ନାନା ରକମର ଆମିଷ ଖାଦ୍ୟ ଖାଇବାକୁ ପାଉଥିଲେ। ପୂର୍ବରୁ ସବୁ ସରକାରୀ ଉତ୍ସବମାନଙ୍କରେ ଆମିଷ ଖାଦ୍ୟ ଖାଇବାକୁ ମିଳୁଥିଲା। କାହିଁକି ନା, ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଏବଂ ତାଙ୍କ ପୂର୍ବ ମୁଖ୍ୟମନ୍ତ୍ରୀମାନେ ଆମିଷ ପ୍ରେମୀ ଥିଲେ।

publive-image

ଏହି ବାର୍ଷିକ ଆଇଏଏସ୍‌ ସପ୍ତାହରେ ଖାଦ୍ୟ ବ୍ୟତୀତ ନାଚ, ଗୀତ ଏବଂ ନାନା କଳାତ୍କମ କାର୍ଯ୍ୟକ୍ରମ ସବୁ ଦେଖିବାକୁ ମିଳିଥାଏ। ସେଠାରେ ବିଭିନ୍ନ ପ୍ରକାରର ମଜା ମସ୍ତିରେ ମାହଲ ପୂରି ଉଠିଥାଏ। ମାତ୍ର ଚଳିତବର୍ଷ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରଭାବରେ ସେ ସବୁ ମାନ୍ଦା ପଡ଼ିଯାଇଛି। ଖାଦ୍ୟରୁ ନେଇ ବିଭିନ କ୍ଷେତ୍ରରେ କଟକଣା ପରିଲକ୍ଷିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe