ସେପ୍ଟେମ୍ବର ୧୫ ସୁଦ୍ଧା ଏୟାର ଇଣ୍ଡିଆର ପୁଞ୍ଜି ପ୍ରତ୍ୟାହାର, କମ୍ପାନି ଉପରେ ୬୦ ହଜାର କୋଟିର ଋଣ ବୋଝ

Advertisment

କରୋନା ନେଇଛି ୫୪ ଜଣଙ୍କ ଜୀବନ

କରୋନା ନେଇଛି ୫୪ ଜଣଙ୍କ ଜୀବନ

ଏୟାର ଇଣ୍ଡିଆ କିଣିବ ୫୦୦ ବିମାନ

Image Courtesy of India Today

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ପୁଞ୍ଜି ପ୍ରତ୍ୟାହାର ଆସନ୍ତା ସେପ୍ଟେମ୍ବର ୧୫ ସୁଦ୍ଧା ହେବର ଆଶା ରହିଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ବିଜୟ କୁମାର ସିଂହ କହିଛନ୍ତି। ‌ତେବେ ପୂର୍ବରୁ ହୋଇଥିବା ନିଲାମ ପ୍ରକ୍ରିୟାରେ ବିଡରମାନେ ସେତେଟା ଆଗ୍ରହ ପ୍ରକାଶ କରି ନଥିଲେ। ଏଥିପାଇଁ ଏୟାର‌ଲାଇନ୍‌ର ୧୬ଟି ସଂପତ୍ତିର ସର୍ବନିମ୍ନ ମୂଲ୍ୟ ୧୦ ପ୍ରତିଶତ ହ୍ରାସ କରାଯିବ ବୋଲି ମନ୍ତ୍ରୀ ସଂସଦରେ ଆଜି ସୂଚନା ଦେଇଛନ୍ତି।

ଏୟାର ଇଣ୍ଡିଆ ଓ ଏହାର ସହାୟକ ସଂସ୍ଥା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ୧୦୦ ପ୍ରତିଶତ ଏବଂ ଯୌଥ ଉଦ୍ୟୋଗ ଏଆଇଏସଏଟିଏସର ୫୦ ପ୍ରତିଶତ ଅଂଶଧନ ବିକ୍ରି କରାଯିବ। ଏଥିସହିତ ଏୟାର ଇଣ୍ଡିଆର ଅସ୍ଥାବର ସଂପତ୍ତି ନୂଆ ମାଲିକକୁ ହସ୍ତାନ୍ତର କରାଯିବାକୁ ଥିବାବେଳେ ସ୍ଥାବର ସଂପତ୍ତିକୁ ବିକ୍ରି କରି ସେଥିରୁ ଅର୍ଥ ସଂଗ୍ରହ ଉଦ୍ୟମ ଚାଲିଛି। କଂଗ୍ରେସ ସାଂସଦ ମନୀଶ ତିୱାରୀ ଏବଂ ତୃଣମୂଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚରେ ଏୟାର ଇଣ୍ଡିଆର ଋଣ ବୋଝ ୬୦ ହଜାର କୋଟି ଟଙ୍କାରେ ପହଞ୍ଚିଛି ବୋଲି ତତ୍କାଳୀନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଥିଲେ। ତେଣୁ ଏୟାରଲାଇନକୁ ସଂପୂର୍ଣ୍ଣ ଭାବେ ବିକ୍ରି କରି ଦିଆଯିବ। ଏପରିକି ସଂପୂର୍ଣ୍ଣ ପୁଞ୍ଜି ପ୍ରତ୍ୟାହାର କରିଦେବା କିମ୍ବା ବନ୍ଦ କରିଦେବା ଉପରେ ସରକାର ବିଚାର କରୁଛନ୍ତି ବୋଲି ସେ କହିଥିଲେ। ଘରୋଇକରଣ କାର୍ଯ୍ୟ ମେ କିମ୍ବା ଜୁନରେ ଶେଷ ହେବାକୁ ଥିଲା। କିନତୁ ମହାମାରୀ ଯୋଗୁ ଏଥିରେ ବିଳମ୍ବ ହୋଇଛି। ଏଥିସହିତ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି କରୋନାରେ ପ୍ରଭାବିତ ହୋଇଥିବା କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ କେତେକ ପଦକ୍ଷେପ ନିଆଯାଇଛି। ୩୫୨୩ ଜଣ କର୍ମଚାରୀ କରୋନାରେ ପ୍ରଭାବିତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୫୪ ଜଣ ଜୁଲାଇ ୧୪ ତାରିଖ ସୁଦ୍ଧା ମୃତ୍ୟୁବରଣ କରିଛନ୍ତି। କରୋନାରେ ସଂକ୍ରମିତ ହୋଇଥିବା କର୍ମଚାରୀମାନଙ୍କୁ ସଂଗରୋଧରେ ରହିବା ବାବଦରେ ୧୭ ଦିନର ‌ସବୈତନିକ ଛୁଟି ଦିଆଯାଇଛି। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe