ପାର୍ଥଙ୍କ ସରକାରୀ ଗାଡ଼ି ପ୍ରତ୍ୟାହାର

Advertisment
ଗିରଫ ପୂର୍ବରୁ ଦୁଇଟି ବିଳାସପୂର୍ଣ୍ଣ କାର୍ ବୁକ୍ କରିଥିଲେ ପାର୍ଥ

Telegraph India

କୋଲକାତା : ବହୁ କୋଟି ଟଙ୍କାର ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଚିବ ପାର୍ଥ ଚାଟାର୍ଜୀ ରାଜ୍ୟ ସରକାର ତଥା ଦଳଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେବାକୁ ଯାଉଛନ୍ତି। ମନ୍ତ୍ରୀ ଭାବରେ ଚାଟାର୍ଜୀଙ୍କୁ ଦିଆଯାଇଥିବା ଗାଡ଼ି ମଙ୍ଗଳବାରଠାରୁ ପ୍ରତ୍ୟାହାର କରି ନିଆଯାଇଛି। ଏଥିସହ ତୃଣମୂଳ କଂଗ୍ରେସର ମୁଖପତ୍ର ‘ଜାଗୋ ବାଂଲା’ରୁ ମଧ୍ୟ ତାଙ୍କ ନାମ ହଟାଇ ଦିଆଯାଇଛି। ଟିଏମ୍‌ସି ସୁପ୍ରିମୋ ଏହି ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe