Image Courtesy of NDTV
ନୂଆଦିଲ୍ଲୀ: କୃଷକମାନଙ୍କ ସମସ୍ୟା ବିଷୟ ନେଇ ଅଳ୍ପ ସମୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିବା ମେଘାଳୟର ରାଜ୍ୟପାଳ ସତ୍ୟପାଲ୍ ମଲିକ୍ ପୁଣି ତାଙ୍କୁ ସମାଲୋଚନା କରି କହିଛନ୍ତି ଯେ, ସେ ବଡ଼ ଅହଙ୍କାରୀ।
ସୂଚନାଯୋଗ୍ୟ, କୃଷକମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିବା ଲାଗି ରବିବାର ଦିନ ମେଘାଳୟ ରାଜ୍ୟପାଳ ପ୍ରଧାମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ। କିନ୍ତୁ, ଯୁକ୍ତିତର୍କରେ ଉକ୍ତ ଆଲୋଚନାର ଅବସାନ ଘଟିଥିଲା।
Image Courtesy of Zee Newsରବିବାର ଦିନ ହରିୟାଣାର ଦାଦ୍ରିରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମଲିକ୍ କହିଲେ, କୃଷକମାନଙ୍କ ସମସ୍ୟା ବିଷୟ ନେଇ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବାକ ଯାଇଥିଲି। କଥାବାର୍ତ୍ତା ମାତ୍ର ୫ ମିନିଟ୍ ଚାଲିବା ପରେ ତାଙ୍କ ସହ ଯୁକ୍ତିତର୍କ ହେଲା। ତାଙ୍କ ଖୁବ୍ ଅହଙ୍କାର। ଆମର ୫୦୦ ଲୋକ ମଲେ ବୋଲି କହିବାରୁ ସେ କହିଲେ, ତାଙ୍କୁ କ’ଣ ମୁଁ ମାରିଦେଲି? ମୁଁ କହିଲି, ଆପଣ ରାଜା ହୋଇଥିବାରୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ ହେବେ।
ଏହାପରେ ପ୍ରଧାନମନ୍ତ୍ରୀ ମୋତେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ସମସ୍ତ ସମସ୍ୟା ବିଷୟରେ ଆଲୋଚନା କରିବାକୁ କହିଲେ।
କୃଷକମାନଙ୍କ ବିରୋଧରେ ଦାଏର ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟର ଆଇନଗତ ଢାଞ୍ଚା କରାଯିବା ପ୍ରସ୍ତାବ ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ।
Follow Us