ବିନାକାରଣରେ ପଦଯାତ୍ରୀଙ୍କର ମୃତ୍ୟୁ ରୋକିବା ପାଇଁ ସରକାରଙ୍କ ନୂଆ ପଦକ୍ଷେପ

Advertisment

ଏଣିକି ବାଇକ୍‌, ଅଟୋ, ଇ-ରିକ୍ସା ଯାନବାହାନର ହେବ ରି-ଡିଜାଇନ

ଏଣିକି ବାଇକ୍‌, ଅଟୋ, ଇ-ରିକ୍ସା ଯାନବାହାନର ହେବ ରି-ଡିଜାଇନ

ବିନାକାରଣରେ ପଦଯାତ୍ରୀଙ୍କର ମୃତ୍ୟୁ ରୋକିବା ପାଇଁ ସରକାରଙ୍କ ନୂଆ ପଦକ୍ଷେପ

ନୂଆଦିଲ୍ଲୀ: ଦେଶରେ ବିନାକାରଣରେ ପଦଯାତ୍ରୀଙ୍କର ମୃତ୍ୟୁ ରୋକିବା ପାଇଁ ସରକାରଙ୍କର ଏହା ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ସରକାର ଦେଶରେ ସଡ଼କ ଦୁର୍ଘଟଣାରେ ସର୍ବାଧିକ ପଦଯାତ୍ରୀଙ୍କର ମୃତ୍ୟୁକୁ ଦୃଷ୍ଟିରେ ରଖି ଏଣିକି ବାଇକ୍‌, ଅଟୋ, ଇ-ରିକ୍ସା ଆଦି ଯାନବାହାନର ରି-ଡିଜାଇନ୍‌ କରିବେ। ଯାହା ପଦଯାତ୍ରୀଙ୍କ ଚଳାଚଳକୁ ସୁରକ୍ଷିତ କରିବାରେ ବେଶ୍‌ ସହାୟକ ହେବ ।

publive-image

୨୦୧୭ ରିପୋର୍ଟ ଅନୁସାରେ, ଦେଶରେ ପ୍ରତି ଦଶ ମନିଟ୍‌ ରେ ୩ଜଣ ବ୍ୟକ୍ତିଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥାଏ। ଗାଡିଗୁଡିକର ବାହାରକୁ ବାହାରୁଥିବା ଅଂଶ ଗୁଡିକୁ ଛୋଟେଇବା, ବାଇକ୍‌ରେ ମଡଗାର୍ଡ ସମେତ ଅଧିକାଂଶ ସ୍ଥାନରେ ପ୍ଲାଷ୍ଟିକର ବ୍ୟବହାର କରିବା, ରବର ଇଣ୍ଡିକେଟର, ଲେଗଗାର୍ଡ ହଟାଇବା, ବାଇକର ହ୍ୟାଣ୍ଡେଲ୍‌ ଛୋଟ କରିବା, ସାଇଲେନ୍‌ସରରେ ରବର କଭର ଲଗାଇବା ଆଦି ନୂଆ ଡିଜାଇନ ଉପରେ ଖୁବ୍‌ ଶୀଘ୍ର ମୋହର ଲାଗିବା ସହ ବଜାର ପ୍ରବେଶ କରିବ ବୋଲି ଜଣାପଡିଛି । ଏହାସହ ୧୫୦ସିସି ବାଇକର ବ୍ରେକ୍‌ ସହ ଇ-ରିକ୍ସାର ଡିଜାଇନରେ ବ୍ୟାପକ ପରିବର୍ତ୍ତନ ଆବଶ୍ୟକକୁ ଗୁରୁତ୍ୱ ଦିଆଯିବା ପାଇଁ ସୂଚନା ପ୍ରଦାନ କରାଯାଇଛି। ଯାହାଫଳରେ ପଦଯାତ୍ରୀମାନଙ୍କୁ ରାସ୍ତାରେ ଚଳାଚଳ ତଥା ଦୁର୍ଘଟଣାରୁ ରକ୍ଷା ମିଳିପାରିବ।

ଦେଶରେ ହୋଇଥିବା ସଡକ ଦୁର୍ଘଟଣା
୧.୨୦୧୫ରେ ୭୦୮୮ଜଣ
୨.୨୦୧୪ରେ ୬୬୯୦ଜଣ ପଦଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।
୩.ଦିଲ୍ଲୀରେ ଘଟୁଥିବା ସଡକ ଦୁର୍ଘଟଣାରେ ୪୨ପ୍ରତିଶତ ମୃତ୍ୟୁମୁଖରେ ପଡୁଥିବା ଯାତ୍ରୀ ପଦଯାତ୍ରୀ ଅଟନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe