ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ବାର୍ତ୍ତା ପାଇ ନିଦ ଭାଙ୍ଗିଲା: ୱେଷ୍ଟ୍‌ ଇଣ୍ଡିଜ୍‌ କ୍ରିକେଟର୍‌ କ୍ରିସ୍‌ ଗେଲ୍‌

Advertisment
ସମ୍ମାନ ନମିଳିବାରୁ ଆଇପିଏଲ୍‌ରୁ ଓହରିଛି: ଗେଲ୍‌

Image Courtesy of Firstpost

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ବ୍ୟକ୍ତିଗତ ବାର୍ତ୍ତା ପାଇ ନିଦ ଭାଙ୍ଗିଲା ବୋଲି କହିବା ସହ ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ୱେଷ୍ଟ୍‌ ଇଣ୍ଡିଜ୍‌ କ୍ରିକେଟ୍‌‌ ଖେଳାଳି ଭାରତକୁ ଅଭିନନ୍ଦନ ଜଣାଇଛନ୍ତି।

ଟୁଇଟ୍‌ କରି ଗେଲ୍‌ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ବ୍ୟକ୍ତିଗତ ବାର୍ତ୍ତାଟିଏ ପାଇଛି। ଏଥିରେ ସେ ତାଙ୍କ ସହ ଓ ଭାରତବାସୀଙ୍କ ସହ ଥିବା ମୋର ଘନିଷ୍ଠତା କଥା କହିଛନ୍ତି। ‘ୟୁନିଭର୍ସ ବସ୍’ଙ୍କ (ଗେଲ୍‌ଙ୍କ ଶ୍ରଦ୍ଧାନାମ) ଠାରୁ ଅଭିନନ୍ଦନ ଏବଂ ଅନେକ ସ୍ନେହ।

publive-image Image Courtesy of NDTV

ପ୍ରେରଣାଦାୟୀ ବାମହାତୀ ଓପେନିଙ୍ଗ୍‌ ବ୍ୟାଟ୍ସ୍‌ମ୍ୟାନ୍‌ ଆକ୍ରଣାତ୍ମକ ବ୍ୟାଟିଙ୍ଗ୍‌ ଏବଂ ‘ଆଇପିଏଲ୍‌’ ସହ ସମ୍ପୃକ୍ତି ପାଇଁ ଗେଲ୍‌ ଭାରତରେ ଖୁବ୍‌ ଜନପ୍ରିୟ।

୪୨ ବର୍ଷିୟ ଗେଲ୍‌ ‘କୋଲ୍‌କାତା ନାଇଟ୍‌ ରାଇଡର୍‌’, ‘ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌’ ଏବଂ ‘ପଞ୍ଜାବ କିଙ୍ଗସ୍‌’ ତରଫରୁ ‘ଆଇପିଏଲ୍‌’ ଖେଳିଛନ୍ତି। ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ହେଉଛି ‘ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌’। ସେଥିରେ ସେ ୯୧ଟି ମ୍ୟାଚ୍‌ ଖେଳି ୧୫୪.୪୦ ହାରରେ ବ୍ୟାଟିଙ୍ଗ୍‌ କରି ୩୪୨୦ ରନ୍‌ ସଂଗ୍ରହ କରିଥିଲେ। ବିରାଟ କୋହଲଇ ଏବଂ ଏବି ଡି ଭାଇଲର୍ସଙ୍କ ପରେ ସେ ହେଉଛନ୍ତି ‘ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌’ର ତୃତୀୟ ସର୍ବାଧିକ ରନ୍‌ ସଂଗ୍ରହକାରୀ।

‘ଦି ୟୁନିଭର୍ସ ବସ୍‌’ ବୋଲାଉଥିବା ଗେଲ୍‌ ଗତଥର ‘ପଞ୍ଜାବ କିଙ୍ଗ୍ସ୍’ରେ ‘ଆଇପିଏଲ୍‌’ ଖେଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe