ହିଂସାତ୍ମକ ବିଚାରଧାରାରେ ଅତିଷ୍ଠ ହୋଇ ମାଓ ସଂଗଠନ ଛାଡ଼ିଲେ ମହିଳା

ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସୀମାରେ ନକ୍ସଲ ସଂଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ନକ୍ସଲ ସଂଗଠନରେ ଦିଆଯାଉଥିବା ନିର୍ଯାତନା ଓ ସରକାରଙ୍କ ବିକାଶମୂଳକ ପଦକ୍ଷେପ ହେଉଛି ଏହାର କାରଣ।

Mkg mahila naxal surrender

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀ ସଂଗଠନର ହିଂସାତ୍ମକ ବିଚାରଧାରାରେ ଅତିଷ୍ଠ ହୋଇ ଏହି ମହିଳା ମାଓବାଦୀ ଜଣକୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ସ୍ଥିର କରିଥିଲେ ବୋଲି ପୁଲିସ ନିକଟରେ ପ୍ରକାଶ କରିଛନ୍ତି।

ଏହି ମାଓବାଦୀ ଜଣକ ହେଲେ ପରତାପୁର ଏରିଆ କମିଟିର ପାର୍ଟି ସଦସ୍ୟା ଆୟତେ ନୁରେଟି ଅରଫ ନନ୍ଦିନୀ। ନାରାୟଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ବିନୟ କୁମାରଙ୍କର ସମ୍ମୁଖରେ ନନ୍ଦିନୀ ଆତ୍ମସମର୍ପଣ କରି ମାଓ ସଂଗଠନର ସବୁ ଗୁମର ଖୋଲିଛନ୍ତି। ପୁଲିସ ତରଫରୁ ତରନ୍ତ ମହିଳା ମାଓବାଦୀଙ୍କୁ ୨୫ ହଜାର ଟଂକା ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତ ତାଲିମ ପ୍ରଦାନ କରାଯିବ ବୋଲି କୁହାଯାଇଛି। 

କେନ୍ଦ୍ର ସରକାର ୨୦୨୬ ସୁଦ୍ଧା ମାଓାବାଦୀଙ୍କ ମୂଳୋତ୍ପାନଟ ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷାକର୍ମୀ ଦିନରାତି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। କିଛି ମାସ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡ଼ର ରାଜଧାନୀ ରାୟପୁରରେ ଏକ ସୁରକ୍ଷା ସଂପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ସେ ୨୦୨୬ ସୁଦ୍ଧା ନକ୍ସଲ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

ନକ୍ସଲଙ୍କ ଦ୍ବାରା ଯୁବକ ଯୁବତୀଙ୍କୁ ପୁଲିସ ଏବଂ ସରକାରଙ୍କ ବିରୋଧରେ ଉସୁକାଇ ସଂଗଠନରେ ସାମିଲ କରି ଶେଷରେ ଜଳ, ଜଂଗଲ ଓ ଜମି ପାଇଁ ଲଢେଇ କରିବାକୁ କହି ସେମାନଙ୍କର ମୃତ୍ୟୁର କାରଣ ବନୁଛନ୍ତି। ନାରାୟଣପୁର ଜିଲ୍ଲା ପୁଲିସ ତରଫରୁ ଲଗାତାର ଅପରେସନ କରାଯାଇ ନକ୍ସଲଙ୍କୁ ପଛକୁ ଫେରିବାକୁ ବାଧ୍ୟ କରାଯାଇଛି।

ଚଳିତ ବର୍ଷ ୪୬ ଜଣ କ୍ୟାଡର ନକ୍ସଲ ସହ ଅନ୍ୟ ନକ୍ସଲ ପୁଲିସ ଗୁଳିର ଶିକାର ହୋଇଥିବା ଜଣାପଡିଛି। ତେଣୁ ସଂଗଠନ ଛାଡି ନକ୍ସଲ ଏବେ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାଇବାକୁ ମନସ୍ଥ କରୁଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe