ଦୌଡ଼ୁଥିବା ଘୋଡ଼ା ସାମ୍ନାକୁ ଚାଲି ଆସିବାରୁ ମହିଳାଙ୍କ ହେଲା ଏଭଳି ଅବସ୍ଥା

Advertisment
ଦୌଡ଼ୁଥିବା ଘୋଡ଼ା ସାମ୍ନାକୁ ଚାଲି ଆସିବାରୁ ମହିଳାଙ୍କ ହେଲା ଏଭଳି ଅବସ୍ଥା

ନୂଆଦିଲ୍ଲୀ: ଅଧିକାଂଶ ଲୋକ ସ୍ପୋର୍ଟିଂଙ୍ଗ କାର୍ଯ୍ୟକ୍ରମ ଦେଖିବାକୁ ଅଧିକ ପସନ୍ଦ କରିଥାଆନ୍ତି। ଏମିତି ଅନେକ ଲୋକ ଅଛନ୍ତି ଏହି କାର୍ଯ୍ୟକ୍ରମକୁ ଟେଲିଭିଜନରେ ଦେଖିବା ବଦଳରେ ସିଧାସଳଖ ଦେଖିବାକୁ ନେଇ ଅଧିକ ରୁଚି ରଖି ଥାଆନ୍ତି। ତାହ ମଣିଷ ଦୌଡ଼ ହେଉ ଅବା ପଶୁଙ୍କର ହୋଇଥାଉ।

ନିକଟରେ ଏକ ସ୍ପୋର୍ଟିଂଙ୍ଗ କାର୍ଯ୍ୟକ୍ରମର ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଘୋଡା ଦୌଡ଼ୁଛନ୍ତି। ଆଉ ଏହି ଦୌଡ଼କୁ ଦେଖିବା ପାଇଁ ଲୋକେ ଭିଡ଼ ଜମାଇଛନ୍ତି। ଏତିକି ବେଳେ ଏକ ଘୋଡ଼ା  ଧୁଳି ଉଡ଼ାଇ ଦୌଡ଼ିଦୌଡ଼ି ଯାଇଥିବା ବେଳେ ପଛରେ ଆଉ ଗୋଟିଏ ଘୋଡ଼ା ଦୌଡ଼ିଦୌଡ଼ି ଆସୁଥିଲା।

ଏହି ଘୋଡା ସାମ୍ନାକୁ ଭିଡ଼ ଭିତରୁ ହଠାତ ଜଣେ ମହିଳା ଅଜଣାତରେ  ଚାଲି ଆସିଥିଲେ। ଫଳରେ ଘୋଡ଼ା ତାଙ୍କ ଉପରେ ଚଢ଼ି ଚାଲି ଯାଇଥିଲା। ଆଉ ମହିଳା ଜଣକ ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ମହିଳାଙ୍କୁ ଉଦ୍ଧାର କରିଥିଲେ। ମହିଳାଙ୍କ ମୁହଁରେ ଗମ୍ଭୀର ଆଘାତ ଲାଗିଥିଲା। ସଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏହି ଘଟଣାର ଭିଡିଓକୁ @uncensoredpromo ନାମକ ହ୍ୟାଣ୍ଡେଲରୁ ସେୟାର କରାଯାଇଛି। ଘୋଡ଼ା ଦୌଡ଼ର ଏହି ଘଟଣାର ଭିଡିଓକୁ ଲୋକେ ବହୁମାତ୍ରାରେ ସେୟାର କରୁଥିବା ଦେଖିବାକୁ ମିଳୁଛି। ଏଥିସହିତ ଏହି ଲୋମଟାଙ୍କୁରା ଘଟଣାର ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe