କହିବାର ସୁଯୋଗ ନ ପାଇବାରୁ ନ୍ୟୁଜ ଚ୍ୟାନେଲ ବିତର୍କରେ ନାଚିଲେ ମହିଳା; ଭିଡିଓ ହେଲା ଭାଇରାଲ

Advertisment
କହିବାର ସୁଯୋଗ ନ ପାଇବାରୁ ନ୍ୟୁଜ ଚ୍ୟାନେଲ ବିତର୍କରେ ନାଚିଲେ ମହିଳା; ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ନ୍ୟୁଜ୍‌ ଚ୍ୟାନେଲ ବିତର୍କରେ ଭାଗ ନେଇଥିବା ପ୍ୟାନେଲିଷ୍ଟ ଅନେକ ସମୟରେ କହିବାର ସୁଯୋଗ ନ ପାଇ ହତାଶ ହୋଇଥାନ୍ତି। ତେବେ, ନିକଟରେ ଏକ ନ୍ୟୁଜ ଚ୍ୟାନେଲର ଏକ ବିତର୍କରେ ଅଂଶଗ୍ରହଣ କରିଥିବା ଜଣେ ପ୍ୟାନେଲିଷ୍ଟ କହିବାର ସୁଯୋଗରୁ ବଞ୍ଚିତ ହେବା ପରେ ଅତ୍ୟନ୍ତ ଅନନ୍ୟ ଉପାୟରେ ନିଜର ହତାଶା ପ୍ରକାଶ କରିଛନ୍ତି। ଯାହାକି ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ଟ୍ଵିଟରରେ ଭାଇରାଲ ହେଉଥିବା ଏକ ଛୋଟ ଭିଡିଓ କ୍ଲିପ୍‌ରେ ଦେଖାଯାଉଛି ଯେ ମହିଳା ଜଣକ ସବୁଜ କୁର୍ତ୍ତା ପିନ୍ଧି ଅନେକ ଥର ବିତର୍କରେ କହିବା ପାଇଁ ଉଦ୍ୟମ କରି ସବୁଥର ବାଧା ପ୍ରାପ୍ତ ହେବା ପରେ ଶେଷରେ ନାଚିବା ଆରମ୍ଭ କରି ଦେଇଛନ୍ତି। ମହିଲା ଜଣକ ନାଚୁଥିବା ସମୟର ଭିଡିଓ ଟୁଇଟରରେ ସେୟାର ହେବାପରେ ଏବେ ଭାଇରାଲ ହେବାକୁ ଆରମ୍ଭ କରିଛି।

ତେବେ, ଏହି ଘଟଣା କେଉଁ ନ୍ୟୁଜ୍‌ ଚ୍ୟାନେଲରେ ଘଟିଛି, ଅଛି ତାହା ଜଣାପଡି ନଥିବାବେଳେ, ଏହା ବୋଧହୁଏ ଏକ ବଙ୍ଗାଳୀ ନ୍ୟୁଜ୍‌ ଚ୍ୟାନେଲରେ ଘଟିଥିବା ଅନୁମାନ କରାଯାଉଛି। ଟୁଇଟର ବ୍ୟବହାରକାରୀମାନେ ଭିଡିଓଟିକୁ ବହୁ ସଂଖ୍ୟରେ ଦେଖିବା ସହ ମଜାଳିଆ ପ୍ରତିକ୍ରିୟା ସବୁ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe