ବିବାହର ୧୮ମାସ ପରେ କଲେ ଛାଡ଼ପତ୍ର ଆବେଦନ, ସ୍ତ୍ରୀ ଭରଣପୋଷଣ ପାଇଁ ୧୨କୋଟି ସହ ମାଗିଲା ବିଏମଡବ୍ଲୁ

Advertisment
New Project

ନୂଆଦିଲ୍ଲୀ: 'ଯଦି ଏତେ ଜିନିଷ ନେବାକୁ ଇଚ୍ଛା, ତେବେ ନିଜେ ରୋଜଗାର କର'; ମହିଳାଙ୍କ ଆବେଦନକୁ ନେଇ ଏଭଳି ଜବାବ ଦେଲେ ସୁପ୍ରିମକୋର୍ଟ। ବିବାହର ୧୮ମାସ ପରେ ବିବାଦ ହେବାରୁ ମହିଳା ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଆବେଦନରେ ଭରଣପୋଷଣ ପାଇଁ ସେ ସ୍ବାମୀଙ୍କଠାରୁ ୧୨କୋଟି ଟଙ୍କା, ମୁମ୍ବାଇରେ ଏକ ଘର ଏବଂ ବିଏମଡବ୍ଲୁ କାର୍  ମାଗିଥିଲେ। ଏହି ଦାବି ଦେଖି ଆବେଦନର ଶୁଣାଣି କରୁଥିବା ଖଣ୍ଡପୀଠ ଆଶ୍ଚର୍ଯ୍ୟ ହେବା ସହ ମହିଳାଙ୍କୁ ‌ରୋଜଗାର କରିବାକୁ ପରାମର୍ଶ ଦେଇଥିଲେ।

ଖଣ୍ଡପୀଠ କହିଥିଲେ ଯେ, "ଆପଣ ଏତେ ଶିକ୍ଷିତ। ନିଜ ପାଇଁ ଆପଣ ରୋଜଗାର କରିବା ଉଚିତ । ନିଜର ଖର୍ଚ୍ଚ ପାଇଁ ଏଭଳି ମାଗିବା ଉଚିତ୍ ନୁହେଁ। ଆପଣ ମଧ୍ୟ ଇଞ୍ଜିନନିୟରିଂ କରିଛନ୍ତି। ଏମବିଏ ଡିଗ୍ରି ମଧ୍ୟ ରହିଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଭଳି ସହରରେ ଆପଣ ଭଲ ଚାକିରି କରିପାରିବେ। କାହିଁକି ଏଯାଏଁ କାମ କରିନାହାନ୍ତି? ମାତ୍ର ୧୮ମାସର ବିବାହ ପରେ ଆପଣ ନିଜ ସ୍ବାମୀଙ୍କଠାରୁ ବିଏମଡବ୍ଲୁ ଚାହୁଁଛନ୍ତି?"

ନିଜ ଦାବିକୁ ଯଥାର୍ଥ ବୋଲି କହି ମହିଳା ଜଣକ କହିଥିଲେ ଯେ, "ତାଙ୍କ ସ୍ୱାମୀ ବହୁତ ଧନୀ ଏବଂ ସେ ବିବାହକୁ ଅମାନ୍ୟ ଘୋଷଣା କରିବାକୁ ଚାହୁଁଥିଲେ। ମୁଁ ସ୍କିଜୋଫ୍ରେନିଆ ରୋଗରେ ପୀଡ଼ିତ ହୋଇଥିବାରୁ ଚାକିରି କରିପାରିନାହିଁ।"

ଏହା ଶୁଣି ଖଣ୍ଡପୀଠ କହିଥିଲେ, ଯଦି ଉଚ୍ଚ ଶିକ୍ଷିତା ହୋଇ ଆପଣ ଚାକିରି ନକରିବାକୁ ନିଷ୍ପତ୍ତି ନେଇଛନ୍ତି, ତେବେ ଆପଣଙ୍କୁ କେବଳ ଏକ ଫ୍ଲାଟ ମିଳିବ। ଏହାଠାରୁ ଅଧିକ କିଛି ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe