ଅସାବଧାନତା ହେତୁ ଚାଲିଗଲା ଜୀବନ; ମୂଷାମରା ଔଷଧ ଗୋଳା ଟମାଟୋ ପକାଇ କରିଥିଲେ ମ୍ୟାଗି

ଅସାବଧାନତା ହେତୁ ଚାଲିଗଲା ଜୀବନ; ମୂଷାମରା ଔଷଧ ଗୋଳା ଟମାଟୋ ପକାଇ କରିଥିଲେ ମ୍ୟାଗି

www.ndtv.com

ମୁମ୍ବାଇ: ବେଳେ ବେଳେ ସାମାନ୍ୟ ଅସାବଧାନତା ଭାରୀ ପଡ଼ିଯାଏ। ଛୋଟ ଛୋଟ ଖାମଖିଆଲି ଯୋଗୁ ଜୀବନ ଚାଲିଯାଏ। ଜଣେ ମହିଳାଙ୍କର ଅସାବଧାନତା ହେତୁ ନିଜ ହାତରେ ନିଜ ଜୀବନ ଯାଇଛି। ଏହା କୌଣସି ଆତ୍ମହତ୍ୟା ମାମଲା ନୁହେଁ, ବରଂ ଅସାବଧାନତାର ପରିଣତି ବୋଲି ଆପଣ କହିପାରନ୍ତି।

ଘଟଣାଟି ହେଉଛି ମୁମ୍ବାଇସ୍ଥିତ ମାଲଦର ପାସ୍‌କାଲ୍‌ୱାଡି ଅଞ୍ଚଳର। ଜାଣିବାକୁ ମିଳିଛି ‌ଯେ ଏହି ଅଞ୍ଚଳରେ ରହୁଥିବା ୨୭ ବର୍ଷୀୟ ମହିଳା ରେଖା ନିସାଦ ତାଙ୍କ ଘରକୁ ମୂଷା ମାରିବା ପାଇଁ ମୂଷାମରା ଔଷଧ ଆଣିଥିଲେ।

ସେ ମୂଷାମରା ଔଷଧକୁ ଘରେ ଥିବା କିଛି ଟମାଟୋରେ ବୋଳି ଦେଇଥିଲେ। ଫଳରେ ମୂଷା ଆସି ଟମାଟୋକୁ ଖାଇବା ପରେ ମରି ଯାଇଥାନ୍ତେ। ମହିଳା ଜଣକ ଘରକୁ ଜୁଲାଇ ୨୧ ତାରିଖ ଦିନ ମୂଷା ମରା ଔଷଧ ଆଣିଥିଲେ। ୨୨ ତାରିଖ ଦିନ ତାଙ୍କ ଭୋକ ଲାଗିବାକୁ ସେ ମ୍ୟାଗି ବନାଇବାକୁ ଗଲେ। ସେ ଟିଭି ଦେଖୁ ‌ଦେଖୁ ଅନ୍ୟମନସ୍କ ହୋଇ ଭୁଲ୍‌ବଶତଃ ତାଙ୍କ ମ୍ୟାଗିରେ ସେ ଉକ୍ତ ମୂଷାମରା ଔଷଧ ଗୋଳା ହୋଇଥିବା ଟମାଟୋକୁ ପକାଇ ଦେଇଥିଲେ।

ଯାହାକୁ ଖାଇବା ପରେ ତାଙ୍କ ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଫଳରେ ତାଙ୍କୁ ତାଙ୍କ ସ୍ବାମୀ ଓ ଦିଅର ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ ନେଇ ଯାଇଥିଲେ। ହସ୍ପିଟାଲ୍‌ରେ ଚିକିତ୍ସା କରିବା ସତ୍ତ୍ବେ ବି ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ। ଚକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପୁଲିସ୍‌ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe