oneindia
ଜୁନାଗଡ଼: ଗୁଜୁରାଟର ଜୁନାଗଡ଼ର କେଶୋଦ-ବେରାବଲ ହାଇେଓ୍ଵରେ ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ବାଇକ୍ରେ ଯାଉଥିବା ଜଣେ ମହିଳାଙ୍କ ଲୋମଟାଙ୍କୁରା ମୃତ୍ୟୁ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରି କରି ଦେଇଛି।
ମହିଳାଙ୍କ ମୃତ୍ୟୁର କାରଣ ହେଉଛି ସେ ପିନ୍ଧିଥିବା ଶାଢ଼ିର କାନି ବୋଲି ପ୍ରତ୍ୟେକ୍ଷଦର୍ଶୀ କହୁଥିବା ବେଳେ ସେଠାରେ ଲାଗିଥିବା ସିସିଟିଭି ଫୁଟେଜରୁ ବି ଏହା ଜଣାପଡ଼ିଛି। ତେବେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ବାଇକ୍ ପଛରେ ବସି ଯାଉଥିଲେ। ସେ ସ୍ୱାମୀଙ୍କ ସହ କଥା ହେଉଥିବା ସମୟରେ ତାଙ୍କ ଅଜଣାତରେ ଶାଢ଼ିର କାନି ଖସି ଆସି ବାଇକ୍ ଚକାରେ ଫସି ଯାଇଥିଲା। ଗାଡ଼ିର ବେଗ ବି ଅଧିକ ଥିବା ହେତୁ ଶାଢ଼ି କାନି ବାଇକ୍ ଚକାରେ ଫସିବାର କିଛି କ୍ଷଣ ମଧ୍ୟରେ ମହିଳା ବାଇକ୍ରୁ ଖସି ହାଇେଓ୍ଵର ଅନ୍ୟ ପାର୍ଶ୍ୱରେ ପଡ଼ି ଯାଇଥିଲେ। ଏତେ ଜୋରରେ ପଡ଼ି ଯିବା ହେତୁ ଘଟଣାସ୍ଥଳରେ ହିଁ ଉକ୍ତ ମହିଳାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ଏହି ପୂରା ଘଟଣା ହାଇେଓ୍ଵ ପାଖରେ ଲାଗିଥିବା ସିସିଟିଭି ଫୁଟେଜରେ କୈଦ ହୋଇଯାଇଥିଲା। ପୁଲିସ ଏହି ଦୁର୍ଘଟଣା ବିଷୟରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା।
Follow Us