ହୃଦଘାତ ପାଇଁ ୧୨ବର୍ଷ ବୟସରେ ଭାଇ ଓ ୨୩ବର୍ଷ ବୟସରେ ଭଉଣୀର ଚାଲିଗଲା ଜୀବନ

ସଙ୍ଗୀତ୍ କାର୍ଯ୍ୟକ୍ରମରେ ଲୋକପ୍ରିୟ ହିନ୍ଦୀ ଗୀତ 'ଶରାରା ଶରାରା'ର ତାଳେ ତାଳେ ନାଚିବା ପାଇଁ ମଞ୍ଚ ଉପରକୁ ଉଠିଥିଲେ ଯୁବତୀ। ନୃତ୍ୟ ପ୍ରଦର୍ଶନର ୩୦ସେକେଣ୍ଡ ପରେ ହୋଇଥିବା ହୃଦଘାତ।

tindore

ଇନ୍ଦୋର: ୨୩ବର୍ଷୀୟ ପରିଣିତା ଜୈନ ତାଙ୍କ ସମ୍ପର୍କୀୟ ଭାଇଙ୍କ ବିବାହରେ ଯୋଗଦେବା ପାଇଁ ଇନ୍ଦୋରରୁ ବିଦିଶା ଯାତ୍ରା କରିଥିଲେ। ଶନିବାର ଦିନ ୨୦୦ ରୁ ଅଧିକ ଲୋକଙ୍କ ଉପସ୍ଥିତିରେ ଅନୁଷ୍ଠିତ ସଙ୍ଗୀତ କାର୍ଯ୍ୟକ୍ରମରେ ସେ ଲୋକପ୍ରିୟ ହିନ୍ଦୀ ଗୀତ 'ଶରାରା ଶରାରା'ର ତାଳେ ତାଳେ ନାଚିବା ପାଇଁ ମଞ୍ଚ ଉପରକୁ ଉଠିଥିଲେ। ନୃତ୍ୟ ପ୍ରଦର୍ଶନର ୩୦ସେକେଣ୍ଡ ପରେ ପରିଣିତା ତଳେ ପଡ଼ିଯାଇଲେ। ପରିବାରର କିଛି ଡାକ୍ତର ତାଙ୍କୁ ବଞ୍ଚାଇବା ପାଇଁ ସିପିଆର ଦେଇଥିଲେ ବି ତାଙ୍କ ଚେତା ଫେରିନଥିଲା। ଏଥିପାଇଁ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ କହିଥିଲେ ଯେ, ହୃଦଘାତ ପାଇଁ ତାଙ୍କର ମୃତ୍ୟୁ ହୋଇଛି। 

ପରିଣିତା ତାଙ୍କର ଏମବିଏ ସମାପ୍ତ କରିଥିଲେ ଏବଂ ଇନ୍ଦୋରରେ ତାଙ୍କ ପିତାମାତାଙ୍କ ସହିତ ରହୁଥିଲେ। ପୂର୍ବରୁ, ତାଙ୍କ ସାନ ଭାଇ ମଧ୍ୟ ୧୨ବର୍ଷ ବୟସରେ ହୃଦଘାତର ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ପୁଅ ପରେ ଏବେ ଝିଅକୁ ହରାଇ ଭାଙ୍ଗିପଡ଼ିଛି ପରିବାର। କାହା ସାହାରାରେ ସେମାନେ ସାରା ଜୀବନ ବଞ୍ଚିବେ ଏହା ଭାବି ଭାବି ତାଙ୍କ ଆଖିରୁ ଲୁହ ଶୁଖୁନାହିଁ। ଏହି ଘଟଣାର ଏକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏଭଳି ହଠାତ୍ ହୃଦଘାତଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ଦେଖି ‌ଲୋକେ କରୋନା ଟିକାକୁ ଦାୟୀ କରୁଥିବା ବେଳେ ଡାକ୍ତର କହିଛନ୍ତି, ଏହା ଭୁଲ ଧାରଣା। ପରିବାରରେ କାହାର ହୃଦ୍ ସମସ୍ୟା ଥିଲେ ବା ଜୀବନଶୈଳୀ ଭଲ ନଥିଲେ ହୃଦଘାତ ହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe