ଓଜନ କମାଇବା ପାଇଁ ଲାଇସେନ୍ସ ନଥିବା ଥେରାପିଷ୍ଟଙ୍କୁ ଦେଖାଇ ଡାଏଟିଂ କରିବାରୁ ବ୍ରେନ୍‌ ହାମ୍‌ରେଜ୍‌ର ଶିକାର ହେଲେ ମହିଳା

Advertisment
ଓଜନ କମାଇବା ପାଇଁ ଲାଇସେନ୍ସ ନଥିବା ଥେରାପିଷ୍ଟଙ୍କୁ ଦେଖାଇ ଡାଏଟିଂ କରିବାରୁ ବ୍ରେନ୍‌ ହାମ୍‌ରେଜ୍‌ର ଶିକାର ହେଲେ ମହିଳା

bhaskar.com

ନୂଆଦିଲ୍ଲୀ : ଇସ୍ରାଏଲ୍  ଜଣେ ମହିଳା ଲଗାତାର ୩ ସପ୍ତାହ ଧରି ଲିକ୍ୟୁଡ୍‌ ଡାଏଟ୍‌ରେ ରହିବାରୁ ବ୍ରେନ୍‌ ହାମ୍‌ରେଜ୍‌ର ଶିକାର ହୋଇଛନ୍ତି । ମହିଳାଙ୍କ ବୟସ ୪୦ବର୍ଷ ବୋଲି ଜଣା ପଡ଼ିଥିବା ବେଳେ ବିନା ଲାଇସେନ୍ସଧାରୀ ଥେରାପିଷ୍ଟଙ୍କଠାରୁ ପରାମର୍ଶ ନେଇ ତାଙ୍କର ଆଜି ଏଭଳି ଅବସ୍ଥା ହୋଇଥିବା ଜଣାପଡ଼ିଛି ।

publive-image The Spectator

ଥେରାପିଷ୍ଟଙ୍କ କହିବା ଅନୁଯାୟୀ ମହିଳା ଖାଦ୍ୟ ଖାଇବା ବନ୍ଦ କରିବା ସହ ୩ସପ୍ତାହ ଧରି ଫଳ ରସ ଏବଂ ପାଣି ପିଇ ବଞ୍ଚୁଥିଲେ । ଯାହାଦ୍ୱାରା ତାଙ୍କ ଶରୀରରେ ଲବଣ ଅଭାବ ହେବା ହେତୁ ଏପରି ହୋଇଥିବା କହିଛନ୍ତି ଡ଼ାକ୍ତର । ଡ଼ାକ୍ତରଙ୍କ କହିବା ଅନୁଯାୟୀ, କେବଳ ଲିକ୍ୟୁଡ୍‌ ଡାଏଟ୍‌ରେ ରହିବା ହେତୁ ମହିଳାଙ୍କ ଓଜନ ୪୦କିଲୋ ହୋଇ ଯିବା ସହ ତାଙ୍କ ଶରୀରର ଆକାର ଖରାପ ହୋଇ ଯାଇଛି । ଲିକ୍ୟୁଡ୍‌ ଡାଏଟ୍‌ ପାଇଁ ମହିଳାଙ୍କ ବ୍ରେନ୍‌ ସବୁଦିନ ପାଇଁ ହାମ୍‌ରେଜ୍‌ ହୋଇଯାଇପାରେ ବୋଲି ଡ଼ାକ୍ତର ଆଶଙ୍କା କରୁଛନ୍ତି । ମହିଳା ଏବେ ଯେଉଁ ସ୍ଥିତି ଦେଇ ଗତି କରୁଛନ୍ତି, ତାକୁ ଡ଼ାକ୍ତରୀ ଭାଷାରେ ହାଇପୋନେଟ୍‌ରେମିଆ ବୋଲି କୁହାଯାଏ । ରକ୍ତରେ ସୋଡିୟମର ସ୍ଥିର କମ ହେଲେ ଏପରି ସମସ୍ୟା ଦେଖା ଯାଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe