ଦଇବା ହେଲା ସାହା; ମୃତ୍ୟୁ ମୁଖରୁ ବଞ୍ଚିଗଲେ ମହିଳା

Advertisment
Updated On
ଅଦ୍ୟତନ ହୋଇଛି
New Project (1)

ନୂଆଦିଲ୍ଲୀ: ଛତିଶଗଡ଼ର ବଲୋଦାବଜାରର ଭାଟାପାରାରୁ ଦୁର୍ଘଟଣାର ଏକ ଭିଡିଓ ଭାଇରାଲ ହେଉଛି। 
ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଜଣେ ମହିଳା ରାମଦୋଳିର ଲୁହା ରଡ଼କୁ ଧରି ପବନରେ ଝୁଲି ରହିଛନ୍ତି। ଜଣେ ଯୁବକ ଯୁବତୀଙ୍କୁ ଘଟଣାସ୍ଥଳରୁ ସୁରକ୍ଷିତ ଭାବେ ଉଦ୍ଧାର କରୁଛନ୍ତି।

ଘଟଣାଟି ହେଉଛି ଏପରି.. ରାମ ଦୋଳିରେ ଲାଗିଥିବା ସୁରକ୍ଷା ବେଲ୍ଟ ଢିଲା ହୋଇଯାଇଥିଲା। ଫଳରେ ମହିଳା ଜଣକ ଦୋଳିର ବାକ୍ସରୁ ଖସି ପଡ଼ିଥିଲେ।ଏହି ସମୟରେ ସେ ଜୀବନ ବିକଳରେ ତୁରନ୍ତ ଦୋଳିରେ ଲାଗିଥିବା ଲୁହା ରଡ଼କୁ ଧରି ପକାଇଥିଲେ। ଏପରି ପରିସ୍ଥିତିରେ ମହିଳା ଜଣକ ମାଟି ଠାରୁ ପ୍ରାୟ ୩୦ ଫୁଟ ଉଚ୍ଚତାରେ ଝୁଲି ରହିଥିଲେ। ଏହି ଦୁର୍ଘଟଣା ପରେ ଦୋଳିକୁ ତୁରନ୍ତ ବନ୍ଦ କରିଦିଆଯାଇଥିଲା। ଦୋଳି ବନ୍ଦ ହେବା ସଙ୍ଗେସଙ୍ଗେ ଜଣେ ଯୁବକ ମହିଳାଙ୍କୁ ଘଟଣାସ୍ଥଳରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହି ଲୋମଟାଙ୍କୁରା ଘଟଣାକୁ ନେଇ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି, ‘ଦଇବା ହେଲା ସାହା; ମୃତ୍ୟୁ ମୁଖରୁ ବଞ୍ଚିଗଲେ ମହିଳା ।

ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ପ୍ରଶାସନ ପାର୍କର ସୁରକ୍ଷା ବ୍ୟବସ୍ଥାର ତଦନ୍ତ ଆରମ୍ଭ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe