ଗୁରୁଗ୍ରାମ : ବୁଧବାର ଗୁରୁଗ୍ରାମରେ ରହୁଥିବା ସୁମନ ଗୌତମଙ୍କ ରୋଷେଇ ଘରୁ ୫ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ସକାଳୁ ଚା କରିବା ପାଇଁ ସୁମନ ରୋଷେଇ ଘରକୁ ଯାଉଥିବା ବେଳେ ଏତେ ବଡ଼ ସାପକୁ ଘର ଭିତରେ ଦେଖି ତାଙ୍କ ହୋସ ଉଡ଼ି ଯାଇଥିଲା । ଗ୍ୟାସ୍ର ଲାଇଟର ଧରି ଗ୍ୟାସ୍ ଲଗାଇବା ସମୟରେ ତଳେ କିଛି ଚାଲୁଥିବା ଭଳି ଅନୁଭବ କରିଥିଲେ ସୁମନ । ଭଲ କରି ଦେଖିବା ପରେ ଏକ ବଡ଼ ଅଜଗର ଗ୍ୟାସଟାଙ୍କିରେ ଗୁଡ଼ାଇ ହୋଇ ରହିଥିବା ଦେଖି ପାରିଥିଲେ । ଏହା ପରେ ସେ ତୁରନ୍ତୁ ଯାଇ ନିଜ ସ୍ୱାମୀଙ୍କୁ ଫୋନ ଯୋଗେ ପୂରା ଘଟଣା ବିଷୟରେ ଜଣାଇବାରୁ ତାଙ୍କ ସ୍ୱାମୀ ବନ୍ୟଜନ୍ତୁ ହେଲ୍ପଲାଇନ୍ ନମ୍ବରକୁ ଫୋନ କରି ସବୁ ଜଣାଇଥିଲେ।
hindustantimes.comଖବର ପାଇଁ ବନ ବିଭାଗ ଅଧିକାରୀ ସେଠାରେ ପହଞ୍ଚି ଅଜଗରକୁ ଧରିବାର ପ୍ରୟାସ ଆରମ୍ଭ କରିଥିଲେ । ଅଜଗରକୁ ଧରିବା ପାଇଁ ସେମାନଙ୍କୁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଥିଲା । ରୋଷେଇ ଘର ଭିତରୁ ସାପକୁ ଉଦ୍ଧାର କରାଯିବା ପରେ ଗୁରୁଗ୍ରାମରେ ଏହି ପ୍ରଜାତିର ପ୍ରାୟ ୧୫ଟି ସାପ ଉଦ୍ଧାର କରାଯାଇ ସାରିଛି ବୋଲି ବନ ବିଭାଗ ଅଧିକାରୀ କହିଥିଲେ ।
Follow Us