ଦ୍ରୁତଗାମୀ କାର ଧକ୍କା ଦେବାରୁ ରାସ୍ତା ଉପରେ ଚାଲିଗଲା ମହିଳାଙ୍କ ଜୀବନ

Advertisment

କର୍ଣ୍ଣାଟକର ଚିତ୍ରଦୁର୍ଗରେ ଏକ ଏକ୍ସପ୍ରେସୱେ ପାର୍‌ ହେବା ସମୟରେ ଏକ ଦ୍ରୁତଗାମୀ କାର ଧକ୍କା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଯାହାର ସିସିଟିଭି ଫୁଟେଜ୍‌ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ‌ଲାଗିଛି। 

କର୍ଣ୍ଣାଟକର ଚିତ୍ରଦୁର୍ଗରେ ଏକ ଏକ୍ସପ୍ରେସୱେ ପାର୍‌ ହେବା ସମୟରେ ଏକ ଦ୍ରୁତଗାମୀ କାର ଧକ୍କା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଯାହାର ସିସିଟିଭି ଫୁଟେଜ୍‌ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ‌ଲାଗିଛି। 

 Free Press Journal

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିତ୍ରଦୁର୍ଗରେ ଏକ ଏକ୍ସପ୍ରେସୱେ ପାର୍‌ ହେବା ସମୟରେ ଏକ ଦ୍ରୁତଗାମୀ କାର ଧକ୍କା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଯାହାର ସିସିଟିଭି ଫୁଟେଜ୍‌ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ‌ଲାଗିଛି। 

ସିସିଟିଭି ଫୁଟେଜରେ ମହିଳା ଜଣଙ୍କୁ ଗାଡ଼ିଟି ପିଟିଦେବା ପରେ ପ‌ଳାଇ ଯାଉଛି ଓ ମହିଳା ଜଣକ ରାସ୍ତାରେ ଝିଟିକି ପଡୁଥିବାର ଦେଖିବାକୁ ମିଳିଛି। ତାଙ୍କ ମୁଣ୍ଡରେ ଆଘାତ ଲାଗି ଘଟଣାସ୍ଥଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାଟି ଗତ ରବିବାରର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

୩୦ ସେକେଣ୍ଡର ସିସିଟିଭି କ୍ଲିପରେ ପୀଡିତାଙ୍କୁ ଅନ୍ୟ ଜଣେ ମହିଳା ଏବଂ ଦୁଇଟି ପିଲାଙ୍କ ସହିତ ରାତିରେ ଏକ୍ସପ୍ରେସୱେ ପାର ହେବାକୁ ଚେଷ୍ଟା କରୁଥିବାର ଦେଖାଯାଇଥିଲା। ମହିଳା ଜଣକ ଡିଭାଇଡର୍ ଠାରୁ ଦ୍ୱିତୀୟ ଲେନରେ ପହଞ୍ଚିବା ସମୟରେ କାରଟି ତାଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ ପଳାଇ ଯାଇଥିଲା।

ଧକ୍କାରେ, ମହିଳା ଜଣକ ପବନରେ ଛିଟିକି ପଡ଼ି ଦୂରରେ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ପଛେ ପଛେ ଯାଉଥିବା ଅନ୍ୟ ମହିଳା ଏବଂ ପିଲାମାନେ ଅଳ୍ପକେ ମୃତ୍ୟୁରୁ ବଞ୍ଚି ଯାଇଥିଲେ। ଭିଡିଓରେ ତାଙ୍କ ନିକଟକୁ ଅନ୍ୟ ବ୍ୟକ୍ତି ଦୌଡ଼ି ଆସୁଥିବା ଦେଖାଯାଇଥିଲା।

ଏହି ଘଟଣାକୁ ନେଇ ଏକ ପୁଲିସ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଚାଲିଛି। କାର ଏବଂ ଡ୍ରାଇଭରଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe